ଭୁବନେଶ୍ବର: ପ୍ରଥମ ଥର ଲାଗି ଗଠିତ ଓଡ଼ିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳ ଆରମ୍ଭରୁ ସଫଳତା ପାଇଛି। ଡେରାଡୁନ୍ଠାରେ ଆୟୋଜିତ ତ୍ରିକୋଣୀୟ କ୍ରିକେଟ୍ ପ୍ରତିଯୋଗିତାରେ ଅପରାଜେୟ ସହ ଟ୍ରଫି କରାୟତ କରିଛି। ଲିଗ୍ ପର୍ଯ୍ୟାୟରେ ଉତ୍ତରାଖଣ୍ଡ ଓ ଦିଲ୍ଲୀକୁ ହରାଇଥିବା ଓଡ଼ିଶା ଦଳ ରବିବାର ଫାଇନାଲ୍ରେ ଦିଲ୍ଲୀକୁ ୯ ୱିକେଟ୍ରେ ହରାଇ ବିଜେତା ହେବାର ଗୌରବ ପାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ନିର୍ଧାରିତ ୧୫ ଓଭରରେ ୮ ୱିକେଟ୍ ହରାଇ ୧୩୨ ରନ୍ କରିଥିଲା। ଓଡ଼ିଶା ପକ୍ଷରୁ ପାର୍ବତୀ ଟୁଡ଼ୁ ଓ ଫୁଲ ସୋରେନ୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ। ଜବାବରେ ଓଡ଼ିଶା ବାସନ୍ତୀ ହାଁସ୍ଦା (୫୭*)ଙ୍କ ଅପରାଜିତ ଅର୍ଧଶତକ ଏବଂ ଝିଲ୍ଲୀ ବରୁଆଙ୍କ ୪୯ ରନ୍ ବଳରେ ମାତ୍ର ଗୋଟିଏ ୱକେଟ୍ ହରାଇ ୧୦.୩ ଓଭରରେ ମ୍ୟାଚ୍ ଜିତି ନେଇଥିଲା। ବି-୨ ବର୍ଗରେ ବାସନ୍ତୀ ଫାଇନାଲ୍ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ହୋଇଥିଲା ବେଳେ ବି-୧ ବର୍ଗରେ ଗାୟତ୍ରୀ ମଲ୍ଲିକ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ସଫଳତା ଲାଗି ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘର ସଭାପତି ଜାଫର ଇକ୍ବାଲ୍ ଖେଳାଳି, ପ୍ରବନ୍ଧକ ବିରଞ୍ଚି ନାରାୟଣ ସାହୁ ଏବଂ ପ୍ରଶିକ୍ଷକ ଦେବାଶିଷ ଜେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମହିଳା ତ୍ରିକୋଣୀୟ ଦୃଷ୍ଟିହୀନ କ୍ରିକେଟ୍, ଟ୍ରଫି ଜିତିଲା ଓଡ଼ିଶା
/sambad/media/post_attachments/wp-content/uploads/2018/12/Untitled-2-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)