ଭୁବନେଶ୍ୱର: ରାଜସ୍ଥାନର ଉଦୟପୁରଠାରେ ଚାଲିଥିବା ଅଷ୍ଟମ ଜାତୀୟ ଉପ କନିଷ୍ଠ (ବାଳିକା) ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ ଚମକ ଦେଖିବାକୁ ମିଳିଛି। ବକ୍ସିଂ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ଭବାନୀ ବାରିକ ଫାଇନାଲ୍ରେ ପ୍ରବେଶ କରି ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ବିଜୟକୁ ନିଶ୍ଚିତ କରିଛନ୍ତି। ୪୬-୪୮ କିଲୋଗ୍ରାମରେ ଭାଗ ନେଇଥିବା ଭବାନୀ ସୋମବାର କ୍ୱାର୍ଟରଫାଇନାଲ୍ରେ ମଧ୍ୟପ୍ରଦେଶର ଜୟଶ୍ରୀ ଚୌହାନଙ୍କୁ ପରାସ୍ତ କରିଥିଲେ। ମଙ୍ଗଳବାର ସେମିଫାଇନାଲ୍ରେ ଭବାନୀ ପଶ୍ଚିମବଙ୍ଗର ନେହା ସୋ’ଙ୍କୁ ପରାସ୍ତ କରି ନିଜ ବର୍ଗରେ ଦେଶର ଶ୍ରେଷ୍ଠ ୨ ଜଣରେ ସାମିଲ ହୋଇଛନ୍ତି। ଅନ୍ୟ ଦୁଇ ଓଡ଼ିଆ ଝିଅ ଶର୍ମିଳା ଥାପ୍ପା ଏବଂ ଆରାତୀ ଗୋପେ ସେମିଫାଇନାଲ୍ରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।
ଜାତୀୟ ବାଳିକା ମୁଷ୍ଟିଯୁଦ୍ଧ: ଭବାନୀ ଫାଇନାଲ୍ରେ
ଆରତୀ ଓ ଶର୍ମିଳାଙ୍କୁ କାଂସ୍ୟ
/sambad/media/post_attachments/wp-content/uploads/2017/10/spo-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)