ମହିଳା ଚ୍ୟାଲେଞ୍ଜର ଟ୍ରଫି: ଭାରତ ‘ବି’-‘ସି’ ଫାଇନାଲ୍‌ ଆଜି

କଟକ: ଭାରତ ‘ବି’ ଓ ଭାରତ ‘ସି’ ମଧ୍ୟରେ ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଫାଇନାଲ୍‌ ମ୍ୟାଚ୍‌ ଆସନ୍ତାକାଲି (ଶୁକ୍ରବାର) ଖେଳାଯିବ। ଭାରତ ବନ୍ଦ ଯୋଗୁଁ ବୁଧବାରର ବାତିଲ ମାଚ୍‌ ସହିତ ଗୁରୁବାର ମୋଟ ଦୁଇଟି ମ୍ୟାଚ୍‌ ଖେଳାଯାଇଥିଲା। ଉତ୍କଣ୍ଠାପୂର୍ଣ୍ଣ ପ୍ରଥମ ମ୍ୟାଚ୍‌ରେ ଭାରତ ‘ସି’ ୨ ରନ୍‌ରେ ଭାରତ ‘ଏ’କୁ ହରାଇ ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଭାରତ ‘ବି’ ୫ ଵିକେଟ୍‌ରେ ଭାରତ ‘ସି’କୁ ପରାସ୍ତ କରିଥିଲା। ଭାରତ ‘ବି’ ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ସହ ୧୦ ପଏଣ୍ଟ ପାଇଥିଲା ବେଳେ ଭାରତ ‘ସି’ ୮ ପଏଣ୍ଟ ପାଇଛି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟି˚ ନେଇଥିବା ‘ସି’ ଦଳର ଚୂଡାନ୍ତ ଏକାଦଶରେ ଓଡ଼ିଆ ଝିଅ ମାଧୁରୀ ମେହେଟ୍ଟାଙ୍କୁ ସୁଯୋଗ ମିଳିଥିଲା। ଦଳ ନିର୍ଧାରିତ ଓଭରରେ ୪ ଵିକେଟ କ୍ଷତିରେ ୧୩୫ ରନ୍‌ କରିଥିଲା। ମାଧୁରୀଙ୍କ ସହ ଶେଫାଳି ବର୍ମା ପାଳି ଆରମ୍ଭ କରିଥିଲେ। କିନ୍ତୁ ପ୍ରଥମ ଓଭରରେ ହିଁ ଖାତା ଖୋଲିବା ପୂର୍ବରୁ ଶେଫାଳିଙ୍କ ଵିକେଟ୍‌ ଚାଲିଯାଇଥିଲା। ତାଙ୍କ ସ୍ଥାନରେ ଆସିଥିବା ନୁଜହତ ପରବିନ୍‌ ମାଧୁରୀଙ୍କ ସହ ମିଶି ଦଳୀୟ ସ୍କୋର୍‌ ୫୦ ପାରି କରାଇଥିଲେ। ତେବେ ସ୍କୋର୍‌ ୫୮ ବେଳେ ନୁଜହତ (୨୬) ତାଙ୍କ ଵିକେଟ୍‌ ହରାଇଥିଲେ। ପିଚ୍‌ରେ ଜମି ଆସୁଥିବା ମାଧୁରୀ ମଧ୍ୟ କିଛି ସମୟ ପରେ ରାଧା ଯାଦବଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ହୋଇଥିଲେ। ସେ ୩୨ ବଲ୍‌ରୁ ୪ ଚୌକା ଓ ୧ ଛକା ସହାୟତାରେ ୩୬ ରନ୍‌ କରିଥିଲେ। ଏହାପରେ ଅଧିନାୟିକା ବେଦ କ୍ରିଷ୍ଣମୂର୍ତ୍ତି ଓ ଡି ହେମଲତା ଆକ୍ରମଣାତ୍ମକ ବ୍ୟାଟି˚ କରିବା‌ରୁ ୧୭.୨ ଓଭରରେ ଦଳୀୟ ସ୍କୋର୍‌ ୧୦୦ ଅତିକ୍ରମ କରିଥିଲା। ହେମଲତା ୧୯ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ କ୍ରିଷ୍ଣମୂର୍ତ୍ତି ୨୯ ବଲ୍‌ରୁ ୭ ଚୌକା ଓ ୧ ଛକା ସହାୟତାରେ ୪୭ ରନ୍‌ରେ ଅପରାଜିତ ରହିଥିଲେ। ଭାରତ ‘ଏ’ ପକ୍ଷରୁ ରାଧା ଯାଦବ (୩ ଵିକେଟ୍‌) ସଫଳ ବୋଲର ରହିଥିଲେ। ୧୩୬ ରନ୍‌ର ଲକ୍ଷ୍ୟକୁ ପିଛା କରିଥିବା ଭାରତ ‘ଏ’ ୯ ଵିକେଟ ହରାଇ ୧୩୩ ରନ୍‌ କରିପାରିଥିଲା। ପ୍ରାରମ୍ଭିକ ଖେଳାଳି ପ୍ରିୟା ପୁନିଆ ସର୍ବାଧିକ ୬୦, ତାନିଆ ଭାଟିଆ ୩୧, ହରମନ୍‌ପ୍ରୀତ କୌର ୧୩, ଭାରତୀ ଫୁଲମଣି ୧୦, ମାନସୀ ଯୋଶୀ ୧୦* ରନ୍‌ କରିଥିଲେ। ବିଜୟୀ ଦଳର ରାଜେଶ୍ବରୀ ଗାଏକ୍ବାଡ ଓ ଅରୁନ୍ଧତୀ ରେଡ଼ି ୩ ଲେଖାଏଁ ଵିକେଟ ନେଇଥିଲେ।

ଚୌକା, ଛକା ବର୍ଷା
ପ୍ରଥମ ମ୍ୟାଚ୍‌ ଜିତି ଭାରତ ‘ସି’ ଫାଇନାଲ୍‌ରେ ପହଞ୍ଚିସାରିଥିବାରୁ ଗୁରୁବାରର ଦ୍ବିତୀୟ ମ୍ୟାଚ୍‌ ଉଭୟ ଭାରତ ‘ଏ’ ଓ ‘ସି’ ପାଇଁ କେବଳ ଔପଚାରିକ ଥିଲା। ଯେଉଁଥିପାଇଁ ଉଭୟ ଦଳ ସେମାନଙ୍କ ଚୂଡ଼ାନ୍ତ ଏକାଦଶ ସାଙ୍ଗକୁ ବ୍ୟାଟି˚ ଓ ବୋଲି˚ କ୍ରମରେ ଅନେକ ପରୀକ୍ଷା କରୁଥିବା ଦେଖିବାକୁ ମିଳିଥିଲା। ଖେଳାଳିମାନେ ମଧ୍ୟ ଏହି ମ୍ୟାଚ୍‌ରେ ହାତଖୋଲା ସଟ୍‌ ଖେଳୁଥିବା ଦେଖାଯାଇଥିଲା। ଯାହାଫଳରେ ମ୍ୟାଚ୍‌ରେ ୩୭ ଚୌକା ଓ ୫ ଛକା ମରାଯାଇଥିଲା।

ଏହି ମ୍ୟାଚ୍‌ରେ ଭାରତ ‘ସି’ ପୁଣି ଟସ୍‌ ଜିତି ପ୍ରଥମେ ବ୍ୟାଟି˚ କରିଥିଲା। ଦଳ ୮ ଵିକେଟ୍‌ ବିନିମୟରେ ୧୪୮ ରନ୍‌ କରିଥିଲା। ପ୍ରଥମ ମ୍ୟାଚ୍‌ରେ ଦମ୍‌ଦାର ଖେଳିଥିବା ମାଧୁରୀ ଏଥର ପ୍ରଥମ ବଲ୍‌ରୁ ଚୌକା ମାରି ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ହେଲେ ୭ ରନ୍‌ କରିଥିଲା ବେଳେ ତନୁଜା କଵଁରଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। ଶେଫାଳି ବର୍ମା ଆରମ୍ଭରୁ ଆକ୍ରମଣ ଜାରି ରଖି ୬ ଚୌକା ଓ ୨ ଛକା ସହାୟତାରେ ୪୬ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ। ତାଙ୍କ ପଛକୁ ଜିନ୍‌ସି ଜର୍ଜ ୨୪, ଭୃଶାଳି ଭଗତ ୧୫, କ୍ଷମା ସି˚ହ ୭, ଡି ହେମଲତା ୭, ଅରୁନ୍ଧତୀ ରେଡ଼ି ୧୯ ରନ୍‌ କରିଥିଲେ। ଭାରତ ‘ବି’ ପାଇଁ ତନୁଜା କଵଁର, ସୁଶ୍ରୀ ଦିବ୍ୟଦର୍ଶିନୀ ୨ ଓ ରେଣୁକା ସି˚ହ ୨ ଲେଖାଏଁ ଵିକେଟ ଅକ୍ତିଆର କରିଥିଲେ। ଏହି ପାଳିରେ ୧୬ ଚୌକା ଓ ୩ ଛକା ସ˚ଗୃହୀତ ହୋଇଥିଲା। ଜବାବରେ ଭାରତ ‘ବି’ ଅନୁରୂପ ପ୍ରହାର ଆରମ୍ଭ କରିଥିଲା। ବନିତା ଭି ଆର‌୍‌ ଓ ସ୍ମୃତି ମନ୍ଧାନା ପ୍ରଥମ ଵିକେଟରେ ୪ ଓଭରରେ ୩୪ ରନ୍‌ ଯୋଡ଼ିଥିଲେ। ସ୍ମୃତି ୧୧ ବଲ୍‌ରୁ ୫ ଚୌକା ସହାୟତାରେ ୨୪ ଓ ବନିତା ୨ ଚୌକା ଓ ୧ ଛକା ସହାୟତାରେ ୨୬ ରନ୍‌ କରି ଆଉଟ୍‌ ହୋଇଥିଲେ। ମଧ୍ୟକ୍ରମରେ ରିଚା ଘୋଷ (୩୬), ଆର‌୍‌ କଳ୍ପନା (୨୨) ଓ ପୂଜା ବସ୍ତ୍ରକାର (୩୭) ରନ୍‌ ଗତି ଦ୍ରୁତ ଭାବରେ ବଢାଇବା ସହ ୧୮.୪ ଓଭରରେ ଦଳକୁ ଜିତାଇଥିଲେ। ଭାରତ ‘ବି’ ପାଳିରେ ୨୧ ଚୌକା ଓ ୨ ଛକା ମରାଯାଇଥିଲା।

ସମ୍ବନ୍ଧିତ ଖବର