କଟକ: ଓଡ଼ିଶା ମହିଳା କ୍ରିକେଟ ଦଳର ଅଲ୍ରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ ୨୩ ବର୍ଷରୁ କମ୍ ଦିନିକିଆ ଚାଲେଞ୍ଜର ଟ୍ରଫି ପାଇଁ ଅଧିନାୟିକା ମନୋନୀତ ହୋଇଛନ୍ତି। ସୁଶ୍ରୀଙ୍କୁ ଇଣ୍ତିଆ ଗ୍ରିନ୍ ଦଳର ନେତୃତ୍ବ ଦିଆଯାଇଛି। ଆସନ୍ତା ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଞ୍ଚିଠାରେ ଚାଲେଞ୍ଜର ଟ୍ରଫି ଖେଳାଯିବ। ଇଣ୍ତିଆ ଗ୍ରିନ୍ ପ୍ରଥମ ମ୍ୟାଚ୍ ୨୧ ତାରିଖରେ ଇଣ୍ତିଆ ବ୍ଲୁ ସହିତ ଖେଳିବ। ଏହାପରେ ୨୨ ତାରିଖରେ ଇଣ୍ତିଆ ରେଡ୍ ସହିତ ଦ୍ବିତୀୟ ମ୍ୟାଚ୍ ଖେଳିବ। ନିକଟରେ ୨୩ ବର୍ଷରୁ କମ୍ ଦିନିକିଆରେ ଯଦିଓ ଓଡ଼ିଶା ଭଲ ପ୍ରଦର୍ଶନ କରିନଥିଲା, ତଥାପି ସୁଶ୍ରୀ ବ୍ୟକ୍ତିଗତ ଭାବେ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ। ସେ ୮ ମ୍ୟାଚ୍ରୁ ୨୫.୬୩ ହାରରେ ୨୦୫ ରନ୍ ସ˚ଗ୍ରହ କରିଥିଲା ବେଳେ ବୋଲି˚ରେ ଦୁଇ ଥର ୪ ଵିକେଟ ସଫଳତା ପାଇଥିଲେ। ପ୍ରତିଯୋଗିତାରେ ସେ ମୋଟ ୧୫ ଵିକେଟ ଅକ୍ତିଆର କରିଥିଲେ। ତେଣୁ ଜଣେ ଦକ୍ଷ ଅଲରାଉଣ୍ତର ଭାବେ ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ତାଙ୍କର ଏହି ନୂଆ ଦାୟିତ୍ବ ପାଇଁ ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍ ପଲେଇ ଶୁଭେଚ୍ଛା ଜଣାଇଛନ୍ତି।
ମହିଳା ଚାଲେଞ୍ଜର ଟ୍ରଫି: ସୁଶ୍ରୀ ଇଣ୍ତିଆ ଗ୍ରିନ୍ ଅଧିନାୟିକା
/sambad/media/post_attachments/wp-content/uploads/2019/04/Untitled-5-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)