ଡିସେମ୍ବରରେ ଭାରତ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ଗସ୍ତ

ସିଡ୍‌ନି: ଚଳିତ ବର୍ଷ ଡିସେମ୍ବରରେ ଭାରତୀୟ ମହିଳା ଏ’ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ। ପ୍ରଥମ ଥର ଲାଗି ମହିଳା ‘ଏ’ ଶୃଙ୍ଖଳା ଆୟୋଜନ କରିବା ନେଇ ଶୁକ୍ରବାର କ୍ରିକେଟ୍‌ ଅଷ୍ଟ୍ରେଲିଆ ସ୍ପଷ୍ଟ କରିଛି। ଏହି ଗସ୍ତରେ ଭାରତ ୩ ଲେଖାଏଁ ଦିନିକିଆ ଓ ‌ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳି‌ବ। ବ୍ରିସ୍‌ବନ୍‌ରେ ଡିସେମ୍ବର ୧୨, ୧୪ ଓ ୧୬ ତାରିଖରେ ଦିନିକିଆ ମ୍ୟାଚ୍‌ ଖେଳିବ। ଏହା ପରେ ଗୋଲ୍ଡକୋଷ୍ଟ୍‌ ଗସ୍ତ କରି ସେଠାରେ ଡିସେମ୍ବର ୧୯, ୨୧ ଓ ୨୩ ତାରିଖରେ ‌ଟ୍ବେଣ୍ଟି-୨୦ ଖେଳିବ। ଏଠାରେ ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ-ଏ ମହିଳା ଦଳ ଗତବର୍ଷ ଭାରତ ଗସ୍ତ କରିଥିଲା।

ସମ୍ବନ୍ଧିତ ଖବର