କଟକ: ଗୁଆହାଟୀରେ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇଛି। ଶନିବାର ଓଡ଼ିଶା ୩-୧ ଗୋଲ୍ରେ ଚଣ୍ତିଗଡ଼କୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ଦଳ ତରଫରୁ ସୁହାସିନୀ ମହାକୁଳ ୨୪ତମ ମିନିଟ୍ରେ ପ୍ରଥମ ଗୋଲ ଦେଇଥିଲା ବେଳେ ମନୀଷା ବେହେରା ୪୫ତମ ଏବଂ ଏମ୍ ରୋଷନି ୭୮ତମ ମିନିଟ୍ରେ ଅନ୍ୟ ଦୁଇଟି ଗୋଲ୍ ଦେଇଥିଲେ। ତେବେ ୮୬ ତମ ମିନିଟ୍ରେ ଚଣ୍ତିଗଡ଼ ଅଧିନାୟିକା ପାରୁଲ ଗୋଟିଏ ଗୋଲ ଶୁଝି ଦେବାରେ ସକ୍ଷମ ହୋଇଥିଲେ। ସୋମବାର ଓଡ଼ିଶା ଦ୍ବିତୀୟ ମ୍ୟାଚ୍ରେ ଦାଦ୍ରା ଓ ନଗର ହାଭେଳି ବିପକ୍ଷରେ ଖେଳିବ।
୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ : ଚଣ୍ତିଗଡ଼କୁ ହରାଇଲା ଓଡ଼ିଶା
/sambad/media/post_attachments/wp-content/uploads/2022/06/f564fh6f5sh46f54h654fs65h4hf65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)