ମହିଳା ହକି: ଗୁରଜିତ୍‌ଙ୍କ ହ୍ୟାଟ୍ରିକ୍‌; ଭାରତ ୮-୦

ଭାରତୀୟ ମହିଳା ହକି ଦଳ ଏସୀୟ କ୍ରୀଡ଼ାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ମ୍ୟାଚ୍‌ରେ ଗୁରଜିତ କୌର (୧୭, ୨୨, ୫୭)ଙ୍କ ହ୍ୟାଟ୍ରିକ୍‌ରେ ନବମ ମାନ୍ୟତା ଭାରତ ୮-୦ ଗୋଲ୍‌ରେ ଇଣ୍ଡୋନେସିଆକୁ ପରାସ୍ତ କରିଛି। ଅନ୍ୟମାନଙ୍କ ମଧ୍ୟରେ ବନ୍ଦନା କଟାରିଆ (୧୪, ୨୮), ନବନୀତ କୌର (୨୫, ୫୦) ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ ଊଦିତା (୯ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲେ। ଗ୍ରୁପ୍‌-ବିରେ ସ୍ଥାନ ପାଇଥିବା ଭାରତ ମଙ୍ଗଳବାର ଦ୍ୱିତୀୟ ମ୍ୟାଚ୍‌ରେ କାଜକସ୍ତାନକୁ ଭେଟିବ। ଭାରତୀୟ ପୁରୁଷ ହକି ଦଳ ସୋମବାର ଆୟୋଜକ ଇଣ୍ଡୋନେସିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର