୧୬ ବର୍ଷ ପରେ କମାଲ କଲା ଭାରତୀୟ ମହିଳା ହକି ଦଳ, କମନୱେଲଥ ଗେମ୍ସରେ ପ୍ରଥମ ଥର ଜିତିଲା ବ୍ରୋଞ୍ଚ ପଦକ

ବର୍ମିଂହାମ୍‌: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହକି ପ୍ରତିଯୋଗିତାର ଆଜି ଭାରତ ନ୍ୟୁଜିଲାଣ୍ଡକୁ ହରାଇ କାଂସ୍ୟ ପଦକ ଜିତିଛି | ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତ ବ୍ରୋଞ୍ଜ ପଦକ ପାଇଁ ନ୍ୟୁଜିଲାଣ୍ଡ ସହ ଲଢ଼ିଥିଲା ଓ କମନୱେଲଥ ଗେମ୍ସରେ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ବ୍ରୋଞ୍ଜ ପଦକ ଜିତିଛି। ଆଜିର ମ୍ୟାଚରେ ଭାରତୀୟ ଦଳ ସୁଟଆଉଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ପ୍ରଥମେ ଭାରତ ନ୍ୟୁଜିଲାଣ୍ଡ ସହ ମ୍ୟାଚ ଖେଳି ୧-୧ରେ ଡ୍ର ହୋଇଥିଲା | ଆଉ ଏଭଳି ପରିସ୍ଥିତିରେ ସୁଟଆଉଟ ମ୍ୟାଚ ଖେଳାଯାଇଥିଲା | ଭାରତ ସୁଟଆଉଟରେ ୨-୧ରେ ମ୍ୟାଚ ଜିତିଥିଲା ​​ଏବଂ ଭାରତ ତୃତୀୟ ଥର ପାଇଁ କମନୱେଲଥ ଗେମ୍ସରେ ପଦକ ଜିତିଥିଲା ​​|

ମ୍ୟାଚର ଦ୍ୱିତୀୟ କ୍ୱାର୍ଟରର ୧୪ ତମ ମିନିଟରେ ଭାରତ ପକ୍ଷରୁ ସଲିମା ଟେଟେ ଗୋଲ ସ୍କୋର କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ | ତେବେ କିୱି ଦଳ ଶେଷ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ଦେଇ ଗୋଲ ସ୍କୋର କରିଥିଲା ​​ଏବଂ ମ୍ୟାଚ ସୁଟଆଉଟରେ ପହଞ୍ଚିଥିଲା। ଏହା ପୂର୍ବରୁ ଭାରତ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲା, ମାତ୍ର ୧୬ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ପଦକ ଜିତିବାରେ ସଫଳ ହୋଇଛି |

ସୂଚନା ଥାଉ କି ଯେ ଗତ ବର୍ଷ ଟୋକିଓରେ ଆୟୋଜିତ ଅଲିମ୍ପିକ୍ ଗେମ୍ସରେ ସେମିଫାଇନାଲ ପରେ ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଏହା ହେଉଛି ଭାରତର ୪୧ତମ ପଦକ | ଭାରତ ଏପର୍ଯ୍ୟନ୍ତ ୧୩ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଏବଂ ୧୭ଟି ବ୍ରୋଞ୍ଜ ପଦକ ଜିତିଛି |

ସମ୍ବନ୍ଧିତ ଖବର