କାନବେରା: ଅଷ୍ଟ୍ରେଲିଆରେ ଚାଲିଥିବା ତ୍ରିରାଷ୍ଟ୍ରୀୟ କନିଷ୍ଠ ମହିଳା ହକି ପ୍ରତିଯୋଗିତାରେ ଶର୍ମିଳା ଦେବୀଙ୍କ ଯୁଗଳ ଗୋଲ୍ ବଳରେ ଭାରତ ୪-୧ ଗୋଲ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ମ୍ୟାଚ୍ର ପ୍ରଥମ କ୍ବାର୍ଟରର ୪ ମିନିଟ୍ରେ ପେନାଲ୍ଟି କର୍ନର ସହାୟତାରେ ଓଲିଭିଆ ସାନନ୍ ଗୋଲ୍ କରି ନ୍ୟୁଜିଲାଣ୍ଡକୁ ୧-୦ ରେ ଅଗ୍ରଣୀ ଦେଇଥିଲେ। ଏହା ପରେ ଦ୍ବାଦଶ ମିନିଟ୍ରେ ଶର୍ମିଳା ଦେବୀଙ୍କ ଗୋଲ୍ ବଳରେ ଭାରତ ପ୍ରଥମ କ୍ବାର୍ଟରକୁ ୧-୧ରେ ଶେଷ କରିଥିଲା। ଦ୍ବିତୀୟ କ୍ବାର୍ଟରରେ ବିୟୁଟି ଡୁଙ୍ଗଡୁଙ୍ଗ(୨୭) ପେନାଲ୍ଟି କର୍ନର ଜରିଆରେ ଗୋଲ୍ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ସେହିଭଳି ତୃତୀୟ କ୍ବାର୍ଟରରେ ଶର୍ମିଳାଙ୍କ ଆଉ ଏକ ଗୋଲ୍ ଦେଇ ଭାରତ ବିଜୟକୁ ପକ୍କା କରିଥିଲା। ଶେଷ କ୍ବାର୍ଟରର ୪୮ ମିନିଟ୍ରେ ଭାରତର ଅଗ୍ରଭାଗ ଖେଳାଳି ଲାଲରିନ୍ଦିକି ପେନାଲ୍ଟି କର୍ଣ୍ଣର ସହାୟତାରେ ଗୋଲ୍ କରିଥିଲେ ଓ ଦଳକୁ ବିଜୟ ଭେଟି ଦେଇଥିଲେ। ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତାରେ ଏହା ଭାରତର ଦ୍ବିତୀୟ ବିଜୟ। ରବିବାର ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ ଖେଳିବ।
ତ୍ରିରାଷ୍ଟ୍ରୀୟ ମହିଳା କନିଷ୍ଠ ହକି, ନ୍ୟୁଜିଲାଣ୍ଡକୁ ୪-୧ରେ ହରାଇଲା ଭାରତ
/sambad/media/post_attachments/wp-content/uploads/2019/12/gdjh4dgj74gd85j4gd56j4dg654jhd65gjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)