ମହିଳା କବାଡ଼ି ଲିଗ୍‌: କୋଏଲ୍‌, କୋଲାବ, କୁଆଖାଇର ଯୁଗଳ ବିଜୟ

ଭୁବନେଶ୍ୱର: ସ୍ଥାନୀୟ ପଟିଆଗଡ଼ ସ୍ପୋର୍ଟସ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ତୃତୀୟ ମହିଳା କବାଡ଼ି ଲିଗ୍‌ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ କୋଏଲ୍‌, କୋଲାବ, କୁଆଖାଇ ଏବଂ କାଠଯୋଡ଼ି ଦଳ ଯୁଗଳ ବିଜୟ ପାଇଛନ୍ତି। ଗୁରୁବାର କୋଏଲ୍‌ ଦଳ ୨୪-୧୬ରେ ଖରସ୍ରୋତାକୁ ଏବଂ ୨୮-୫ରେ କାଠଯୋଡ଼ିକୁ ପରାସ୍ତ କରିଥିଲା। ଉଭୟ ମ୍ୟାଚ୍‌ରେ ପୁଷ୍ପଲତା ଜେନା ଶ୍ରେଷ୍ଠ ଖେଳାଳି ହୋଇଥିଲେ। କୋଲାବ ୩୩-୨୫ରେ କୁଆଖାଇକୁ ଏବଂ ୨୯-୨୪ରେ କାବେରିକୁ ହରାଇଥିଲା। ଅର୍ପିତା ଖୁଣ୍ଟିଆ ଏବଂ ଜୁନାବାଳା ବିନ୍ଧାଣୀ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। କୁଆଖାଇ ୨୮-୧୯ରେ କାଠଯୋଡ଼ିକୁ ଓ ୨୨-୨୦ରେ ଖରସ୍ରୋତାକୁ ପରାସ୍ତ କରିଥିଲା। ଏହି ଦୁଇ ମ୍ୟାଚ୍‌ରେ ରଶ୍ମିତା ସାହୁଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। କାଠଯୋଡ଼ି ୨୯-୧୭ରେ କାବେରୀକୁ ଓ ୨୦-୧୩ରେ କୋଲାବକୁ ହରାଇଥିଲା। ତିଳତମା ମଲ୍ଲିକ ଓ ସୁମିତ୍ରା ଓରାମ ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଅନ୍ୟ ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ କାବେରୀ ୨୧-୨୦ ପଏଣ୍ଟ୍‌ରେ ଖରସ୍ରୋତାକୁ ପରାସ୍ତ କରିଛି। ସାଗରିକା ସାମଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର