ମହିଳା କବାଡ଼ି ପ୍ରିମିୟର ଲିଗ୍‌ ଆରମ୍ଭ: କୁଆଖାଇ, ଖରସ୍ରୋତା ବିଜୟୀ

ଭୁବନେଶ୍ୱର: ସ୍ଥାନୀୟ ପଟିଆଗଡ଼ ସ୍ପୋର୍ଟସ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ତୃତୀୟ ମହିଳା କବାଡ଼ି ପ୍ରିମିୟର ଲିଗ୍‌ ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ଦିନରେ କୁଆଖାଇ ଏବଂ ଖରସ୍ରୋତା ବିଜୟୀ ହୋଇଛନ୍ତି। କୁଆଖାଇ ୪୧-୩୧ରେ କୋଏଲ୍‌କୁ ଏବଂ ଖରସ୍ରୋତା ୨୫-୨୪ରେ କୋଲାବକୁ ପରାସ୍ତ କରିଥିଲା। କୁଆଖାଇର ରଶ୍ମିତା ସାହୁ ଏବଂ ଖରସ୍ରୋତାର ଫୁଲ ବିଶ୍ୱାଳ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଆଜିର ଉଦ୍‌ଘାଟନୀ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, କର୍ପୋରେଟର ଜୟନ୍ତୀ ଜେନା, ସଂଜୟ ସେଠୀ, ପଟିଆ ଗ୍ରାମ ସଭାପତି ନୃସିଂହ ଚରଣ ରାଉତ, ରାଜ୍ୟ କବାଡ଼ି ସଂଘ ସମ୍ପାଦକ ଅଜୟ ବେହେରା, ଯୁଗ୍ମ ସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତି ଏବଂ କ୍ଲବ୍‌ ଉପାଧ୍ୟକ୍ଷ ମିହିିର କୁମାର ରାଉତ ଅତିଥି ଭାବେ ଉପସ୍ଥିତ ଥିଲେ। ମ୍ୟାଚ୍‌ଗୁଡ଼ିକୁ ରାଜ୍ୟ ସଂଘ ରେଫରି ବୋର୍ଡ ଅଧ୍ୟକ୍ଷ ପଦ୍ମଚରଣ ପ୍ରଧାନଙ୍କ ତତ୍ୱାବଧାନରେ ସସ୍ମିତା ଦାସ, ରାଜେଶ ସେଠ୍‌, ଶୁଭେନ୍ଦୁ ଧୀର, ଲିଙ୍ଗରାଜ ସାହୁ, ସୁରେନ୍ଦ୍ର ନାଏକ, ଭଗବାନ ଦାସ, ସଦାଶିବ ସାହୁ, ରେଖାରାମ ଦଣ୍ଡସେନା, ଦେବୀପ୍ରସାଦ ମହାନ୍ତି ଏବଂ ପ୍ରତାପ ମହାନ୍ତି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର