ଜୋହାନ୍ସବର୍ଗ୍: ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୧-୨ରେ ହାରିଯିବା ପରେ ଦକ୍ଷିଣ ଅଫ୍ରିକା ମହିଳା ଦଳ ଭାରତ ବିପକ୍ଷ ଚଳିତ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ପ୍ରଥମ ବିଜୟ ପାଇଛି। ପ୍ରଥମ ଦୁଇଟି ଟେ୍ଵଣ୍ଟି-୨୦କୁ ହାରି ଯାଇଥିବା ଘରୋଇ ଦଳ ରବିବାର ତୃତୀୟ ମ୍ୟାଚ୍ରେ ଭାରତକୁ ୫ ଓ୍ଵିକେଟ୍ରେ ପରାସ୍ତ କରିଛି। ମୁଖ୍ୟତଃ ୯ ରନ୍ରେ ଶେଷ ୫ ଓ୍ଵିକେଟ୍ ହରାଇବା ପରେ ଦୁର୍ବଳ କ୍ଷେତ୍ରରକ୍ଷଣ ହିଁ ଭାରତ ପରାଜୟର ମୁଖ୍ୟ କାରଣ ଥିଲା। ଅନ୍ୟପଟେ ୩.୫ ଓଭରରେ ୩୦ ରନ୍ ବ୍ୟୟ କରି ୫ ଓ୍ଵିକେଟ୍ ସଫଳତା ସହ ସବ୍ନିମ୍ ଇସ୍ମାଇଲ୍ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ବିଜୟ ଭେଟିଦେଲେ। ଏଥି ସହିତ ଦକ୍ଷିଣ ଆଫ୍ରିକା ମଧ୍ୟ ଭାରତର ଶୃଙ୍ଖଳା ବିଜୟକୁ ବିଳମ୍ବିତ କରିଦେଲା। ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଆଉ ୨ ମ୍ୟାଚ୍ ବାକି ଥିଲା ବେଳେ ଭାରତ ୨-୧ରେ ଆଗୁଆ ରହିଛି। ଚତୁର୍ଥ ମ୍ୟାଚ୍ ବୁଧବାର ସେଞ୍ଚୁରିଅନ୍ରେ ଖେଳାଯିବ। ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆହ୍ଵାନ କରିଥିଲା। ପ୍ରଥମ ଓଭରରେ ମିତାଲି ରାଜ୍ଙ୍କୁ ଖାତା ଖୋଲିବା ପୂର୍ବରୁ କାପ୍ ଆଉଟ୍ କରିଥିଲେ। ଏହାପରେ ସ୍ମୃତି ମାନ୍ଧାନା ଓ ଅଧିନାୟିକା ହର୍ମନ୍ପ୍ରୀତ୍ କୌର ଦ୍ୱିତୀୟ ଓ୍ଵିକେଟ୍ରେ ୫୫ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ହେଲେ ମାନ୍ଧାନା (୩୭ ରନ୍) ଏବଂ ହର୍ମନ୍ପ୍ରୀତ୍ (୪୮ ରନ୍) ଦଳୀୟ ସ୍କୋର୍ ୯୩ ବେଳକୁ ନିଜ ନିଜ ଓ୍ଵିକେଟ୍ ହରାଇ ଦେଇଥିଲେ। ଏହାପରେ ଭେଡା କୃଷ୍ଣମୂର୍ତ୍ତି କିଛି ସମୟ ଲଢ଼ିଥିଲା ବେଳେ ଅନ୍ୟପଟେ ଓ୍ଵିକେଟ୍ ଝଡ଼ି ଚାଲିଥିଲା। କୃଷ୍ଣମୂର୍ତ୍ତି ୨୩ ରନ୍ କରିଥିଲେ। ତେବେ ଏକ ସମୟରେ ୧୧ ଓଭରରୁ ୯୩ ରନ୍ ସଂଗ୍ରହ କରିଥିବା ଭାରତ କୌଣସିମତେ ୧୬ତମ ଓଭର ବେଳକୁ ୧୨୪/୫ କରି ଦେଢ଼ଶହ ପାରି କରିବାର ଆଶା ସୃଷ୍ଟି କରିଥିଲା। ମାତ୍ର ଇସ୍ମାଇଲ୍ଙ୍କ ଘାତକ ବୋଲିଂ ସବୁକିଛି ବିଗାଡ଼ି ଦେଇଥିଲା। ମାତ୍ର ୯ ରନ୍ ମଧ୍ୟରେ ଭାରତ ଶେଷ ୫ ଓ୍ଵିକେଟ୍ ହରାଇ ୧୭.୫ ଓଭରରେ ୧୩୩ ରନ୍ କରିଥିଲା। ଜବାବରେ ଅଧିନାୟିକା ଭାନ୍ ନିକେର୍କ (୨୬), ଲୁସ୍ (୪୧) ଓ ଟ୍ରାୟନ୍ (୩୪)ଙ୍କ ଦ୍ରୁତ ରନ୍ ବଳରେ ଦକ୍ଷିଣ ଆଫ୍ରିକା ଶେଷ ଓଭର ପୂର୍ବରୁ ବିଜୟ ହାସଲ କରିନେଇଥିଲା। ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ବୋଲର ଭାବେ ମହିଳା ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ୫ ଓ୍ଵିକେଟ୍ ସଫଳତା ପାଇଥିବା ସାବ୍ନିମ୍ ଇସ୍ମାଇଲ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ୧୭.୫ ଓଭରରେ ୧୩୩ (ହରମନ୍ପ୍ରୀତ୍ କୌର-୪୮, ସ୍ମୃତି ମାନ୍ଧାନା-୩୭, ସବ୍ନିମ୍ ଇସ୍ମାଇଲ୍୍- ୫/୩୦, ମାସାବତା କ୍ଲାସ୍-୨/୨୦)। ଦକ୍ଷିଣ ଆପ୍ରିକା ୧୯ ଓଭରରେ ୧୩୪/୫ (ସୁନେ ଲୁସ୍-୪୧, ଚୋଲେ ଟ୍ରାୟନ୍-୩୪, ପୂଜା ଭସ୍ତ୍ରକାର-୨/୨୧, ପୂନମ ଯାଦବ-୧/୧୯, ରାଜେଶ୍ୱରୀ ଗାଏକ୍ୱାଡ-୧/୨୦, ଅନୁଜା ପାଟିଲ-୧/୪୪)।
ତୃତୀୟ ଟେ୍ଵଣ୍ଟି-୨୦ରେ ମହିଳା ହାରିଲେ
ଦ.ଆଫ୍ରିକାକୁ ପ୍ରଥମ ବିଜୟ
/sambad/media/post_attachments/wp-content/uploads/2018/02/3-Ismails-five-for-keeps-series-alive-for-South-Africa.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)