ଭୁବନେଶ୍ବର: ମୁମ୍ବାଇ ନିକଟସ୍ଥ ଥାନେରେ ଚାଲିଥିବା ସର୍ବଭାରତୀୟ ମହିଳା ଏକସିବସୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳ ମଙ୍ଗଳବାର ଦିଲ୍ଲୀକୁ ୪ ୱିକେଟ୍ ବ୍ୟବଧାନରେ ହରାଇ ଅଭିଯାନ ଆରମ୍ଭ କରିଛି। ପ୍ରିୟା ପୁନିଆ (୬୨, ୯୭ ବଲ୍), ମନ୍ଦୀପ କୌର୍ (୯୭, ୧୪୮ ବଲ୍), ଆୟୂଷୀ ସୋନି (୨୮)ଙ୍କ ବଦଳରେ ଦିଲ୍ଲୀ ୫୦ ଓଭରରେ ୬ ୱିକେଟ୍ ହରାଇ ୨୧୪ ରନ୍ କରିଥିଲା। ମନଦୀପଙ୍କୁ ମାତ୍ର ୩ ରନ୍ ପାଇଁ ଶତକରୁ ବଞ୍ଚିତ ରଖିଥିଲେ ଅନ୍ତର୍ଜାତୀୟ ଖେଳାଳି ରୋସନାରା ପରବିନ୍। ଓଡ଼ିଶା ପକ୍ଷରୁ ପ୍ରିୟଙ୍କା ପ୍ରିୟଦର୍ଶିନୀ (୧୦-୧-୪୬-୨) ଏବଂ ସୁଜାତା ମଲ୍ଲିକ (୮-୦-୪୭-୨) ସଫଳ ବୋଲର ଥିବାବେଳେ ରୋସନାରା (୭-୦-୨୭-୧) ମିତ୍ତବ୍ୟୟୀ ବୋଲିଂ କରିଥିଲେ। ୨୧୫ ରନ୍ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ଓଡ଼ିଶା ୯୮ ରନ୍ ଭିତରେ ମାଧୁରୀ ମେହେଟା (୨୮, ୩୨ ବଲ୍), କାଜଲ ଜେନା (୬), ଶିଳ୍ପା ସ୍ବାଇଁ (୨) ଏବଂ ସରିତା ମେହର (୩୦) ଏବଂ ଅଧିନାୟିକା ମଧୁସ୍ମିତା ବେହେରା (୭)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ପଡିଆରେ ଏକାଠି ହୋଇଥିବା ପ୍ରଜ୍ଞା ପ୍ରିୟଦର୍ଶିନୀ ମହାନ୍ତି (୫୭, ୬୦ ବଲ୍), ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ (୫୪*, ୬୦ ବଲ୍) ୧୦୬ ରନ୍ର ଭାଗୀଦାରି କରିବାରୁ ଓଡ଼ିଶା ଗୋଟିଏ ଓଭର ପୂର୍ବରୁ ବିଜୟୀ ହୋଇଥିଲା। ପ୍ରିୟଙ୍କା ପ୍ରିୟଦର୍ଶିନୀ (୬*) ମଧ୍ୟ ଅପରାଜିତ ରହିଥିଲେ। ଓଡ଼ିଶା ୪୯ ଓଭରରେ ୬ ୱିକେଟ୍ ହରାଇ ୨୧୬ ରନ୍ ସଂଗ୍ରହ କରି ନେଇଥିଲା। ଓଡ଼ିଶା ନିଜର ପରବର୍ତୀ ମ୍ୟାଚ୍ରେ ଗୁରୁବାର ତାମିଲନାଡୁକୁ ଭେଟିବ।
ମହିଳା ଏକଦିବସୀୟ: ପ୍ରଜ୍ଞା ଓ ସୁଶ୍ରୀଙ୍କ ଅର୍ଧଶତକ, ଦିଲ୍ଲୀକୁ ହରାଇଲା ଓଡ଼ିଶା
/sambad/media/post_attachments/wp-content/uploads/2020/02/g54jdg957j98dg7j98dg7j98dg7jdg897j6dg5jhdgjhdgjhdgjhsshsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)