ମହିଳା ଆତ୍ମରକ୍ଷା ମାଷ୍ଟର୍‌ ଟ୍ରେନର୍‌ ପ୍ରଶିକ୍ଷଣ ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ସଫଳ ଆତ୍ମରକ୍ଷା କାର୍ଯ୍ୟକ୍ରମ ଭାବେ ପରିଗଣିତ ହେଉଥିବା ମହିଳାଙ୍କ ଆତ୍ମରକ୍ଷା ପାଇଁ ଉଦ୍ଦିଷ୍ଟ ପ୍ରଶିକ୍ଷଣ ଶିବିର ଶନିବାର ଉତ୍କଳ କରାଟେ ସ୍କୁଲ୍‌ଠାରେ ଡକ୍ଟର ହରି ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏବଂ ଆତ୍ମରକ୍ଷା ପ୍ରଶିକ୍ଷଣ ‘ରିଆକ୍ଟ’ର ପ୍ରତିଷ୍ଠାତାଙ୍କ ଦ୍ୱାରା ପ୍ରଥମ ବ୍ୟାଚ୍‌ରେ ୧୧ ଜିଲ୍ଲାରାୁ ମୋଟ ୫୦ ଜଣ ଛାତ୍ରୀ ଭାଗ ନେଇଛନ୍ତି। ଏହି ୪୨ ଘଣ୍ଟିଆ କାର୍ଯ୍ୟକ୍ରମରେ ସେମାନେ ମାଷ୍ଟର ଟ୍ରେନର୍‌ ହୋଇ ନିଜ ନିଜ ମହାବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ କରିବେ। ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ପିକେ ଦାସ, ସଂଯୋଜନା ଅଧିକାରୀ ଉପେନ୍ଦ୍ର କୁମାର ସାହୁ, ରାଜ୍ୟ ଆତ୍ମରକ୍ଷା ଉପଦେଷ୍ଠା ପ୍ରଫେସର ନିବେଦିତା ଜେନାଙ୍କ ସହ ସହଯୋଗରେର ଏହି ଶିବିର ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର