ମହିଳା ଟ୍ବେଣ୍ଟି-୨୦ ଚାଲେଞ୍ଜର୍‌ ଟ୍ରଫି: ଓଡ଼ିଶାରୁ ୨

ଭାରତ ‘ବି’ରେ ସୁଶ୍ରୀ, ‘ସି’ରେ ମାଧୁରୀ

କଟକ: ଆନ୍ତର୍ଜାତିକ ଦିନିକିଆ ପରେ ଜାନୁଆରି ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମରେ ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ଚାଲେଞ୍ଜର୍‌ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଦୁଇ ଜଣ ଖେଳାଳି ଖେଳିବାକୁ ମନୋନୀତ ହୋଇଛନ୍ତି। ସ୍ମୃତି ମନ୍ଧାନାଙ୍କ ନେତୃତ୍ବାଧିନ ଭାରତ ‘ବି’ ଦଳରେ ସୁଶ୍ରୀ ଦିବ୍ୟଦର୍ଶିନୀ ଓ ବେଦ କୃଷ୍ଣମୂର୍ତ୍ତିଙ୍କ ନେତୃତ୍ବରେ ଗଠନ ହୋଇଥିବା ଭାରତ ‘ସି’ ଦଳରେ ମାଧୁରୀ ମେହେଟ୍ଟା ସ୍ଥାନ ପାଇଛନ୍ତି। ହରମନ୍‌ପ୍ରୀତ କୌର ଭାରତ ‘ଏ’ ଦଳର ଅଧିନାୟିକା ଭାବେ ମନୋନୀତ ହୋଇଛନ୍ତି। ଭାରତ ‘ଏ’: ହରମନପ୍ରୀତ କୌର (ଅଧିନାୟିକା), ତାନିୟା ଭାଟିଆ, ଶିବାଲି ସିନ୍ଦେ, ଜସିଆ ଅଖତର, ପ୍ରିୟା ପୁନିଆ, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ସ୍ନେହା ରାଣା, ମାନସୀ ଯୋଶୀ, ମେଘନା ସି˚ହ, କୋମଲ ଝାଞ୍ଜଡ଼, ମିନୁ ମଣି, ରାଧା ଯାଦବ, ଭାରତୀ ଫୁଲମଣି।

ଭାରତ ‘ବି’: ସ୍ମୃତି ମନ୍ଧାନା (ଅଧିନାୟିକା), ସୁଷମା ବର୍ମା, ଆର‌୍‌ କଳ୍ପନା, ବନିତା ଭିଆର‌୍‌, ଜେମିମା ରୋଡ୍ରିଗୁଏଜ, ଅନୁଜା ପାଟିଲ, ପୁନମ ଯାଦବ, ପୂଜା ବସ୍ତ୍ରକାର, ଶିଖା ପାଣ୍ଡେ, ରେଣୁକା ସି˚ହ, ଅଞ୍ଜଳି ଶାର୍ବଣୀ, ସୁଶ୍ରୀ ଦିବ୍ୟଦର୍ଶିନୀ, ଟିପି କଁଵର, ରିଚା ଘୋଷ।

ଭାରତ ‘ସି’: ବେଦ କୃଷ୍ଣମୂର୍ତ୍ତି (ଅଧିନାୟିକା), ନୂଜହତ ପରବିନ, ଶଫାଲି ବର୍ମା, ୟସ୍ତିକା ଭାଟିଆ, ଡି ହେମଲତା, ହର୍ଲିନ୍‌ ଦେଓଲ, ମନାଲି ଦକ୍ଷିଣୀ, ଜିନ୍‌ସି ଜର୍ଜ, ଅରୁନ୍ଧତୀ ରେଡ଼ି, ମୋନିକା ପଟେଲ, ବ୍ରୁସାଲି ଭଗତ, ରାଜେଶ୍ବରୀ ଗାଏକ୍ବାଡ, ତନୁଶ୍ରୀ ସରକାର, ମାଧୁରୀ ମେହେଟ୍ଟା।

ସମ୍ବନ୍ଧିତ ଖବର