ମୁମ୍ବାଇ: ଡାନିଏଲି ଓ୍ଵାତ୍ଙ୍କ ଚିତାକର୍ଷକ ଶତକ ଆଗରେ ଫିକା ପଡ଼ିଗଲା ସ୍ମୃତି ମାନ୍ଧାନାଙ୍କ ବିସ୍ଫୋରକ ଅର୍ଧଶତକ। ଫଳରେ କୀର୍ତିମାନଭରା ଦଳଗତ ସ୍କୋର୍ ସତ୍ତ୍ୱେ ଭାରତ ସ୍ଥାନୀୟ ବ୍ରାବର୍ଣ୍ଣ ଷ୍ଟାଡିୟମ୍ରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ଇଂଲଣ୍ଡ ନିକଟରୁ ହାରିଗଲା। ଭାରତର ୧୯୯/୩ ଜବାବରେ ଇଂଲଣ୍ଡ ୮ ବଲ୍ ପୂର୍ବରୁ ୭ ଓ୍ଵିକେଟ୍ ହାତରେ ରଖି ମ୍ୟାଚ୍ ଜିତିଗଲା। ଏଥି ସହିତ ଭାରତ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି।
ମାନ୍ଧାନାଙ୍କ ଦ୍ରୁତତମ ଅର୍ଧଶତକ କୀର୍ତିମାନ
ରବିବାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ସ୍ମୃତି ମାନ୍ଧାନା ୪୦ ବଲ୍ରେ କରିଥିବା ୭୬ ରନ୍ ଭାରତ ପାଇଁ ମହିଳା ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ଦ୍ରୁତତମ ଅର୍ଧଶତକର କୀର୍ତିମାନ ବହନ କରିଛି। ଏକ୍ଷେତ୍ରରେ ସେ ମଧ୍ୟ ନିଜର ପୂର୍ବ କୀର୍ତିମାନକୁ ଟପିଛନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ସ୍ମୃତି ୨୫ ବଲ୍ରୁ ଅର୍ଧଶତକ ଜମାଇ ଚଳିତ ଶୃଙ୍ଖଳାର ଉଦ୍ଘାଟନୀ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ୩୦ ବଲ୍ରୁ ଅର୍ଧଶତକର କୀର୍ତିମାନକୁ ପଛରେ ପକାଇ ଦେଇଛନ୍ତି। ତେବେ ମହିଳା ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ଦ୍ରୁତତମ ଅର୍ଧଶତକର କୀର୍ତିମାନ ନ୍ୟୁଜିଲାଣ୍ଡ୍ର ସୋଫି ଦେବିନେ (୧୮ ବଲ୍)ଙ୍କ ନାମରେ ଅତୁଟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/2-Danielle-Wyatt-struck-Englands-first-century-in-womens-T20Is.jpg)