ତୃତୀୟ ପରାଜୟ ସହ ଓଡ଼ିଶା ବିଦା

ମହିଳା ଟ୍ବେଣ୍ଟି-୨୦ ସୁପରଲିଗ୍‌

କଟକ: ମହିଳା ଟ୍ବେଣ୍ଟି-୨୦ ନକ୍‌ଆଉଟ ପର୍ଯ୍ୟାୟରୁ ଓଡ଼ିଶା ବାଦ୍‌ ପଡ଼ିଛି। ସୋମବାର ଖେଳାଯାଇଥିବା ଚତୁର୍ଥ ତଥା ଶେଷ ଲିଗ୍‌ ମ୍ୟାଚରେ ଓଡ଼ିଶା ପରାସ୍ତ ହେବାରୁ ଗ୍ରୁପ୍‌ ବି’ର ନିମ୍ନରେ ରହିଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶା ୪ ମ୍ୟାଚ୍‌ରୁ ଆସାମକୁ ୫ ଵିକେଟ୍‌ରେ ହରାଇଥିଲା ବେଳେ କର୍ଣ୍ଣାଟକ, ହିମାଚଳ ପ୍ରଦେଶ ଓ ଝାଡ଼ଖଣ୍ତଠୁ ପରାଜିତ ହୋଇଛି। ସୋମବାର ଅନୁଷ୍ଠିତ ଶେଷ ମ୍ୟାଚ୍‌ରେ ଝାଡ଼ଖଣ୍ତ ୮ ଵିକେଟ୍‌ରେ ଓଡ଼ିଶାକୁ ହରାଇଥିଲା। ଟସ୍‌ ଜିତି ଝାଡ଼ଖଣ୍ତ ବୋଲି˚ କରିଥିଲା ବେଳେ ଓଡ଼ିଶାକୁ ୧୧୯ ରନ୍‌ରେ ସୀମିତ ରଖିଥିଲା। ମାଧୁରୀ ମେହେଟ୍ଟା ୩୦, ମଧୁସ୍ମିତା ବେହେରା ୫୫, ସରିତା ମେହେର ୧୦, ପ୍ରଜ୍ଞା ପାରମିତା ମହାନ୍ତି ୧୦ ରନ୍‌ ସ˚ଗ୍ରହ କରିଥିଲେ। ଝାଡ଼ଖଣ୍ତ ଏହି ଲକ୍ଷକୁ ୧୬.୪ ଓଭରରେ ୨ ଵିକେଟ୍‌ ହରାଇ ହାସଲ କରିଥିଲା। ରଶ୍ମୀ ଅପରାଜିତ ୬୧, ଇନ୍ଦ୍ରାଣୀ ରଏ ୧୫, ରୀନା ୩୫ ରନ୍‌ କରି ଦଳକୁ ଜିତାଇଥିଲେ। ମଧୁସ୍ମିତା ବେହେରା ଦୁଇଟି ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର