ମହିଳା ଟ୍ବେଣ୍ଟି-୨୦ ସୁପରଲିଗ୍‌: ଆସାମକୁ ହରାଇଲା ଓଡ଼ିଶା

କଟକ: ମୁମ୍ବାଇରେ ଚାଲିଥିବା ମହିଳା ଟ୍ବେଣ୍ଟି-୨୦ ସୁପରଲିଗ୍‌ରେ ଓଡ଼ିଶା ପ୍ରଥମ ବିଜୟ ପାଇଛି। ଶୁକ୍ରବାର ଖେଳିଥିବା ମ୍ୟାଚ୍‌ରେ ଓଡ଼ିଶା ୫ ଵିକେଟ୍‌ରେ ଆସାମକୁ ହରାଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଆସାମ ୨୦ ଓଭରରେ ୯ ଵିକେଟ୍‌ ହରାଇ ୧୦୩ ରନ୍‌ କରିଥିଲା। ଅନିତା ଲୋଧି ସର୍ବାଧିକ ୩୧ ରନ୍‌ କରିଥିଲା ବେଳେ ଓଡ଼ିଶା ପକ୍ଷରୁ ସୁଶ୍ରୀ ଦିବ୍ୟଦର୍ଶିନୀ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦୁଇଟି ଲେଖାଏଁ ଵିକେଟ୍‌ ପାଇଥିଲେ। ୧୦୪ ରନ୍‌ର ଲକ୍ଷ୍ୟକୁ ଓଡ଼ିଶା ଗୋଟିଏ ଓଭର ପୂର୍ବରୁ ୫ ଵିକେଟ୍‌ କ୍ଷତିରେ ହାସଲ କରିଥିଲା। ୭ ଓଭର ମଧ୍ୟରେ ମାଧୁରୀ ମେହେଟ୍ଟା (୪), ମଧୁସ୍ମିତା ବେହେରା (୫) ଓ ଅଞ୍ଜଳି ସି˚ହ (୩)ଙ୍କୁ ଓଡ଼ିଶା ହରାଇ ସଂକଟରେ ପଡ଼ିଥିଲା। ତେବେ ପ୍ରଜ୍ଞା ପାରମିତା ମହାନ୍ତିଙ୍କ ୪୫ ଏବଂ ସରିତା ମେହେରଙ୍କ ଅପରାଜିତ ୩୦ ରନ୍‌ ବଳରେ ଓଡ଼ିଶା ମ୍ୟାଚ୍‌କୁ ୧୯ ଓଭରରେ ଜିତିନେଇଥିଲା। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ ଶନିବାର ହିମାଚଳ ପ୍ରଦେଶକୁ ଭେଟିବ।

ସମ୍ବନ୍ଧିତ ଖବର