ଆଲୁର: ଇଣ୍ଡିଆ ବ୍ଲୁ ଦଳ ଚଳିତ ବର୍ଷର ମହିଳା ଟେ୍ଵଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫି କରାୟତ କରିଛି। ମଙ୍ଗଳବାର ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍ରେ ବ୍ଲୁ ୪ ରନ୍ରେ ଇଣ୍ଡିଆ ରେଡ୍କୁ ପରାସ୍ତ କରି ଏହି ମୁକୁଟ ହାସଲ କରଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବ୍ଲୁ ୭ ଓ୍ଵିକେଟ୍ ବିନିମୟରେ ୧୩୧ ରନ୍ କରିଥିଲା। ଦୟାଲାନ ହେମଲତା ୪୮ ଏବଂ ବେଲାସ୍ୱାମୀ ବନିତା ଓ ତାନିୟା ଭାଟିଆ ୨୮ ରନ୍ ଲେଖାଏଁ କରିଥିଲେ। ଶିଖା ପାଣ୍ଡେ ୨ ଓ୍ଵିକେଟ୍ ନେଇଥିଲେ। ଜବାବରେ ରେଡ୍ ଦଳ ସମାନ ୭ ଓ୍ଵିକେଟ୍ ବିନିମୟରେ ୧୨୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ପୂନମ ରାଉତ (୫୨)ଙ୍କ ଅର୍ଧଶତକ ଏବଂ ଦୀପ୍ତି ଶର୍ମାଙ୍କ ୪୫ ରନ୍ ବେକାର ଯାଇଥିଲା। ବିଜେତା ଦଳ ପକ୍ଷରୁ ପୂନମ ଯାଦବ ୩ ଓ ରାଧା ପି ଯାଦବ ୨ ଓ୍ଵିକେଟ୍ ନେଇଥିଲେ।