ନୂଆଦିଲ୍ଲୀ: ଭାରତୀୟ ଲେଗ୍ ସ୍ପିନର୍ ପୂନମ ଯାଦବ ଏବଂ ପାକିସ୍ତାନ ବାମହାତୀ ସ୍ପିନର୍ ଅନମ ଅମିନ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଟେ୍ଵଣ୍ଟି-୨୦ ବୋଲରଙ୍କ ମାନ୍ୟତାର ଶୀର୍ଷ ୫ରେ ପହଞ୍ଚିଛନ୍ତି। ପୂନମ ତୃତୀୟ ସ୍ଥାନରେ ରହିଥିଲା ବେଳେ ଅନମ ଆଶ୍ଚର୍ଯ୍ୟଜନକ ଭାବେ ୧୩ ସ୍ଥାନ ଉପରକୁ ଉଠି ପଞ୍ଚମରେ ପହଞ୍ଚିଛନ୍ତି। ପୂନମଙ୍କ ଉପରକୁ ଏବେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମେଗାନ ଶ୍ଚୁଟ୍ ଏବଂ ନ୍ୟୁଜିଲାଣ୍ଡ ଅଫ୍ସ୍ପିନର ଲି କାସ୍ପେରିକ୍ ଯଥାକ୍ରମେ ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି। ଗତ ଏସୀୟ କପ୍ରେ ପୂନମ ୬ ମ୍ୟାଚ୍ରେ ୭ ଓ୍ଵିକେଟ୍ ନେଇଥିଲେ। ଫାଇନାଲ୍ରେ ୯ ରନ୍ ଦେଇ ୪ ଓ୍ଵିକେଟ୍ ଅକ୍ତିଆର କରିବା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ସଫଳତା ଥିଲା। ଅନ୍ୟପକ୍ଷରେ ଅମିନ୍ ଏସିଆ କପ୍ରେ ୪ ମ୍ୟାଚ୍ ଖେଳି ୩ ଓ୍ଵିକେଟ୍ ପାଇଥିଲେ। ଏସିଆ କପ୍ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ଭାରତୀୟ ଦଳର ଅଧିନାୟିକା ହରମନ୍ପ୍ରୀତ୍ କୌର (୨୧୫ ରନ୍) ବ୍ୟାଟିଂ ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି ସପ୍ତମରେ ପହଞ୍ଚିଥିଲା ବେଳେ ସ୍ମୃତି ମାନ୍ଧନା ୨ ସ୍ଥାନ ଖସି ନବମରେ ରହିଛନ୍ତି।
ମହିଳା ଟେ୍ଵଣ୍ଟି-୨୦ ମାନ୍ୟତା: ଶୀର୍ଷ-୫ରେ ପୂନମ
/sambad/media/post_attachments/wp-content/uploads/2018/06/Poonam-Yadav-cricketer.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)