ମହିଳା ଟ୍ବେଣ୍ଟି-୨୦ ଚାଲେଞ୍ଜର ଟ୍ରଫି: ଗ୍ରିନ୍‌କୁ ମୁକୁଟ ପିନ୍ଧାଇଲେ ସୁଶ୍ରୀ

ସର୍ବାଧିକ ଵିକେଟ୍‌ ହାସଲକାରୀ

କଟକ,: ମହୀଶୂରରେ ଶେଷ ହୋଇଥିବା ୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ ଚାଲେଞ୍ଜର ଟ୍ରଫିରେ ଇଣ୍ତିଆ ଗ୍ରିନ୍‌ ବିଜେତା ହୋଇଛି। ସୋମବାର ଖେଳାଯାଇଥିବା ଫାଇନାଲ୍‌ରେ ଇଣ୍ତିଆ ଗ୍ରିନ୍‌ ୮ ଵିକେଟରେ ଇଣ୍ତିଆ ବ୍ଲୁ’କୁ ହରାଇଥିଲା। ଗ୍ରିନ୍‌କୁ ବିଜେତା କରାଇବାରେ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରମୁଖ ଭୂମିକା ତୁଲାଇଥିଲେ। ପ୍ରଥମେ ବ୍ୟାଟି˚ କରିଥିବା ବ୍ଲୁ’ ମାତ୍ର ୭୦ ରନ୍‌ରେ ସମସ୍ତ ଵିକେଟ ହରାଇଥିଲାବେଳେ ସୁଶ୍ରୀ ୩ ଵିକେଟ ଅକ୍ତିଆର କରିଥିଲେ। ମାତ୍ର ୨.୪ ଓଭରରେ ୧୦ ରନ୍‌ ବ୍ୟୟ କରି ସେ ହିଁ ବ୍ଲୁ’ର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ନିଜ ପ୍ରଥମ ଓଭରର ଦ୍ବିତୀୟ ବଲ୍‌ରେ ଝାନ୍ସି ଲକ୍ଷ୍ମୀଙ୍କୁ ୨ ରନ୍‌ରେ ଆଉଟ କରିବା ପରେ ସୁଶ୍ରୀ ତୃତୀୟ ଓଭର ଦ୍ବିତୀୟ ବଲ୍‌ରେ ମୋନିକା ପଟେଲ (୧୯) ଓ ଚତୁର୍ଥ ବଲ୍‌ରେ କେଜେ ଚୌଧୁରୀଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିଅନ୍‌ ରାସ୍ତା ଦେଖାଇଥିଲେ।
ବ୍ଲୁ’ ଟସ୍‌ ଜିତି ବ୍ୟାଟି˚ ଆରମ୍ଭ କରିଥିଲାବେଳେ ୧୭.୪ ଓଭରରେ ୭୦ ରନ୍‌ ସ˚ଗ୍ରହ କରିଥିଲା। ପ୍ରୀୟା ପୁନିଆ ସର୍ବାଧିକ ୨୨ ରନ୍‌ ସ˚ଗ୍ରହ କରିଥିଲେ। ଓଡ଼ିଆ ଖେଳାଳି ଅଞ୍ଜଳି ସିଂହ ୧୧ ଓ ରୀମାଲକ୍ଷ୍ମୀ ଏକ୍କା ୧ ରନ୍‌ କରିଥିଲେ। ଗ୍ରିନ୍‌ ପାଇଁ ସୁଶ୍ରୀଙ୍କ ବ୍ୟତୀତ ରେଣୁଜା ଚୌଧୁରୀ ୪, ସି. ପ୍ରତ୍ୟୁଷା ୨, ସାଇମା ଠାକୋର ୧ ଵିକେଟ ଅକ୍ତିଆର କରିଥିଲେ। ୭୧ ରନ୍‌ର ସହଜସାଧୢ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଗ୍ରିନ ୨ ୱିକେଟରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା।

ସମ୍ବନ୍ଧିତ ଖବର