ମହିଳା ବିଶ୍ବକପ୍‌ରୁ ଖିଅ

ଭୁବନେଶ୍ବର: ଚଳିତ ବର୍ଷର ଉଭୟ ମହିଳା ଓ ପୁରୁଷ ହକି ବିଶ୍ବକପ୍‌ ନୂଆ ଫର୍ମାଟ୍‌ରେ ଖେଳାଯାଉଛି। ପୁଲ୍ ପର୍ଯ୍ୟାୟ ପରେ କ୍ରସ୍ ଓଭର ମଧ୍ୟ ଅଧିକାଂଶ ଦଳ ପାଇଁ ସୁଯୋଗ ରଖୁଛି। କିନ୍ତୁ ଏହି ସୁଯୋଗ ବଡ଼ ବଡ଼ ଦଳ ପାଇଁ କାଳ ହେଉଛି। ଗତ ଲଣ୍ଡନ୍ ମହିଳା ବିଶ୍ବକପ୍‌ରେ ଆୟର୍ଲାଣ୍ଡ ଭଳି କିଛି ଦଳ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଏହି କାରଣରୁ ଏବେ ପୁରୁଷ ବିଶ୍ବକପ୍‌ରେ ସେଭଳି ହେବା ଆଶଙ୍କା ବ୍ୟକ୍ତ କରିଛି ଅଷ୍ଟ୍ରେଲିଆ ଦଳ। ବୁଧବାର ମଧ୍ୟାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ଏଭଳି ଆଶଙ୍କାର ଅଭାସ ଦେଇଥିଲେ ଦଳର ମୁଖ୍ୟ ପ୍ରଶିକ୍ଷକ କଲିନ୍ ବାଚ୍‌। ଲଗାତାର ୩ ଥର ବିଜେତା ହୋଇ ହ୍ୟାଟ୍ରିକ୍ ଲକ୍ଷ୍ୟରେ ଥିବା ଅଷ୍ଟ୍ରେଲିଆ ଶୁକ୍ରବାର ନିଜ ପୁଲ୍‌ର ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ଭେଟିବ। ଆମେ ଭୁବନେଶ୍ବରରେ ଗତବର୍ଷ ବିଶ୍ବ ହକି ଲିଗ୍ ଫାଇନାଲ୍‌ରେ ଭଲ ଆରମ୍ଭ କରିନଥିଲେ ମଧ୍ୟ ବିଜେତା ହୋଇଥିଲୁ। ପୁଲ୍ ପର୍ଯ୍ୟାୟରେ ସମସ୍ତ ୩ ମ୍ୟାଚ୍ ଅମୀମାଂସିତ ରଖିଥିଲୁ। ଏହା ପରଠାରୁ କିନ୍ତୁ ଦଳ ଉନ୍ନତି କରି ଆସିଛି ‌ବୋଲି କହିଥିଲେ ବାଚ୍‌। ଆମକୁ କିନ୍ତୁ ଏଥର ପୁଲ୍ ପର୍ଯ୍ୟାୟରୁ ଭଲ ଖେଳିବାକୁ ପଡ଼ିବ। ନ ହେଲେ ସ୍ବଦେଶରେ ଆମ ଦଳକୁ ପାଣ୍ଠି ତଥା ପ୍ରାୟୋଜକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ବାଚ୍‌ ଅନ୍ୟତମ ଆଶଙ୍କା କରିଥିଲେ। ଅନ୍ୟପକ୍ଷରେ ଘରୋଇ ଭାରତ ଏକ ବିପଜ୍ଜନକ ଦଳ ଏବଂ ଟ୍ରଫିର ଅନ୍ୟତମ ଦାବିଦାର ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର