ନଟିଂହାମ୍‌ : ଇଂଲଣ୍ଡ ବିପକ୍ଷ ଏକମାତ୍ର ମହିଳା ଆସେସ୍‌ ‌ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ପାଳି ଅଗ୍ରଣୀ ନେଇଛି। କଙ୍ଗାରୁ ଦଳ ପ୍ରଥମ ପାଳିରେ ୪୭୩ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ଟମି ବିଉମଣ୍ଟଙ୍କ ଦ୍ବିଶତକ (୨୦୮) ବଳରେ ଇଂଲଣ୍ଡ ୪୬୩ ରନ୍‌ କରି ୧୦ ପଛରେ ରହିଥିଲା। ବିଉମଣ୍ଟଙ୍କ ଏହା ପ୍ରଥମ ଶତକ। ନାଟ ସିଭର ବ୍ରଣ୍ଟ (୭୬ ରନ୍‌) ଓ ଅଧିନାୟକ ହିଦର ନାଇଟ (୫୭ ରନ୍‌)ଙ୍କ ଉପଯୋଗୀ ଅର୍ଦ୍ଧଶତକୀୟ ପାଳି ଯୋଗୁଁ ଇଂଲଣ୍ଡ ଲଢ଼ୁଆ ଜବାବ ଦେଇଥିଲା। ଅଷ୍ଟ୍ରେଲିଆର ଆସ୍‌ଲେ ଗାର୍ଡନର (୪/୯୯) ଓ ତାହିଲ ମ୍ୟାକ୍‌ଗ୍ରା (୩/୨୪) ସଫଳ ବୋଲର ଥିଲେ। ଅଷ୍ଟ୍ରେଲିଆ ତୃତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଦ୍ବିତୀୟ ପାଳିରେ କୌଣସି ୱିକେଟ୍‌ ନହରାଇ ୮୨ ରନ୍‌ କରିଛି। ଫଳରେ ୯୨ ରନ୍‌ ଆଗରେ ରହିଛି ଏହି ଦଳ। ବେଥ ମୁନି (୩୩* ରନ୍‌) ଓ ଫୋଏବ ଲିଚଫିଲ୍ଡ (୪୧* ରନ୍‌) ବ୍ୟାଟିଂ କରୁଛନ୍ତି।