ଦାମ୍ବୁଲା : ଶ୍ରୀଲଙ୍କାର ଦାମ୍ବୁଲାରେ ଖେଳାଯାଉଥିବା ମହିଳା ଟି-୨୦ ଏସିଆ କପରେ ଆଜି ଭାରତୀୟ ଦଳ ନିଜର ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟୁଛି । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମହିଳା ଦଳ ୧୦୮ ରନରେ ଅଲଆଉଟ ହୋଇଯାଇଛି । ଫଳରେ ଭାରତ ଆଗରେ ୧୦୯ ରନର ଲକ୍ଷ୍ୟ ରହିଛି ।

Advertisment

ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳର ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା । ପାକିସ୍ତାନ ବ୍ୟାଟରମାନେ ଭାରତୀୟ ବୋଲରଙ୍କ ସାମନା କରିପାରିନଥିଲେ ଓ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲେ । ଦଳ ମାତ୍ର ୯ ରନରେ ନିଜର ପ୍ରଥମ ଓ୍ବିକେଟ ହରାଇଥିଲା । କିନ୍ତୁ ଦଳର ସ୍କୋର ୪୧ ଥିବା ସମୟରେ ୩ଟି ଓ୍ବିକେଟ ହରାଇସାରିଥିଲା ଓ ଦଳୀୟ ସ୍କୋର ୬୧ ଥିବାବେଳେ ୬ ଜଣ ବ୍ୟାଟର ପାଭିଲିୟନ ଫେରିଯାଇଥିଲେ । ୯୪ ରନ ସ୍କୋର ବେଳେ ଦଳର ୯ଟି ଓ୍ବିକେଟର ପତନ ହୋଇସରିଥିଲା ଓ ଦଳ ୧୦୮ରନରେ ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ସିଦ୍ରା ଆମିନ ୨୫ ରନ କରିଥିବାବେଳେ ଫାତିମା ସନା ଓ ତୁବା ହୁସେନ ୨୨ରନ ଲେଖାଏଁ କରିଥିଲେ ।

ଭାରତ ପକ୍ଷରୁ ଦିପାଳୀ ଶର୍ମା ୩ଟି ଓ୍ବିକେଟ ନେଇଥିବାବେଳେ ରେଣୁକା ସିଂ ଓ ପୂଜା ବସ୍ତ୍ରାକର ଓ ଶ୍ରେୟଙ୍କା ପାଟିଲ୍ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।