କ୍ବାଲାଲମ୍ପୁର: ଆସନ୍ତା ମାସରେ ବାଂଲାଦେଶରେ ଆରମ୍ଭ ହେବାକୁ ଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସୂଚୀ ମଙ୍ଗଳବାର ଏସୀୟ କ୍ରି‌କେଟ୍‌ ପରିଷଦ (ଏସିସି) ସଭାପତି ଜୟ ଶାହ ଘୋ‌ଷଣା କରିଛନ୍ତି। ୭ ଦଳକୁ ନେଇ ଏହି ପ୍ରତିଯୋଗିତା ଅକ୍ଟୋବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଭାରତ ତା’ର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୭ ତାରିଖରେ ଖେଳିବ। ଉଦ୍‌ଘାଟନୀ ଦିବସରେ ଶ୍ରୀଲଙ୍କା ବିପକ୍ଷରୁ ଭାରତ ଅଭିଯାନ ଆରମ୍ଭ କରିବ। ଏହା ପରେ ୩ରେ ମାଲେସିଆ, ୪ରେ ୟୁଏଇ, ୮ରେ ବାଂଲାଦେଶ ଏବଂ ୧୦ରେ ଥାଇଲାଣ୍ଡ ବିପକ୍ଷରେ ଖେଳିବ। ରାଉଣ୍ଡ ରବିନ୍‌ ଭିତ୍ତିରେ ଏହି ପ୍ରତିଯୋଗିତା ଖେଳାଯିବ। ଶ୍ରେଷ୍ଠ ୪ ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିବେ। ଏଥିରେ ଭାରତ, ପାକିସ୍ତାନ, ଆୟୋଜକ ବାଂଲାଦେଶ, ଶ୍ରୀଲଙ୍କା, ୟୁଏଇ, ଥାଇଲାଣ୍ଡ ଓ ମାଲେସିଆ ଭାଗ ନେବେ।