ମସ୍କାଟ: ଚଳିତ ମହିଳା ଏସିଆ କପ୍ ହକି ପ୍ରତିଯୋଗିତାରେ ଭାରତ ଶୁକ୍ରବାର କାଂସ୍ୟ ମୁକାବିଲାରେ ଚୀନ୍କୁ ଭେଟିବ। ବୁଧବାର ସେମିଫାଇନାଲ୍ରେ ଭାରତ ୨-୩ ଗୋଲ୍ରେ ଦକ୍ଷିଣ କୋରିଆ ନିକଟରୁ ହାରିଯାଇଥିଲା। ଅନ୍ୟ ଏକ ସେମିଫାଇନାଲ୍ରେ ଜାପାନ୍ ୨-୧ ଗୋଲ୍ରେ ଚୀନ୍କୁ ମାତ୍ ଦେଇଥିଲା। ବୁଧବାର କଡ଼ା ସଂଘର୍ଷପୂର୍ଣ୍ଣ ଭାରତ-କୋରିଆ ସେମିଫାଇନାଲ୍ର ପ୍ରଥମ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ୨୮ତମ ମିନିଟ୍ରେ ନେହାଙ୍କ ଗୋଲ୍ରେ ଭାରତ ପ୍ରଥମାର୍ଦ୍ଧରେ ଅଗ୍ରଣୀ ନେଇଥିଲା। ହେଲେ ଦ୍ବିତୀୟାର୍ଦ୍ଧର ପ୍ରଥମ ମିନିଟ୍ରେ ଚୀନ୍ ଅଧିନାୟିକା ୟୁନ୍ବି ଚିଓନ୍ (୩୦ ମିନିଟ୍) ଏହି ଗୋଲ୍ ଶୁଝି ସ୍ଥିତି ବରାବର କରିଥିଲେ। ଏହାପରେ ଲି ସୁଙ୍ଗ ଜୁ (୪୫ ମିନିଟ୍) ଓ ଚୋ ହିଜିନ୍ (୪୮ ମିନିଟ୍) ଚୀନ୍କୁ ୩-୧ରେ ଆଗୁଆ କରିଥିଲେ। ୫୪ତମ ମିନିଟ୍ରେ ଲାଲରେମସିଆମି ଏହା ମଧ୍ୟରୁ ଗୋଟିଏ ଶୁଝି ପରାଜୟ ବ୍ୟବଧାନକୁ କମାଇଥିଲେ। ତେବେ ଭାରତର ଟାଇଟଲ୍ ବିଜୟ ସ୍ବପ୍ନ ଧୂଳିସାତ୍ ହୋଇଯାଇଥିଲା।
ମହିଳା ଏସିଆ କପ୍ ହକି: ଆଜି କାଂସ୍ୟ ପାଇଁ ଖେଳିବ ଭାରତ
ସେମିରେ ଦକ୍ଷିଣ କୋରିଆଠୁ ହାରିଲା
/sambad/media/post_attachments/wp-content/uploads/2022/01/f65h4sf654fs654h65sf4fh65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)