ମହିଳା କ୍ରିକେଟ ଲିଗ୍‌: ଅଳକାନନ୍ଦାଙ୍କ କଞ୍ଜୁସ୍‌ ବୋଲି˚

ୟେଲୋ, ଗ୍ରିନ୍‌, ରେଡ୍‌ ବିଜୟୀ

କଟକ: ଭୁବନେଶ୍ବରରେ ଚାଲିଥିବା ମହିଳା କ୍ରିକେଟ ଲିଗ୍‌ରେ ବୁଧବାର ଓଡ଼ିଶା ୟେଲୋ, ଓଡ଼ିଶା ଗ୍ରିନ୍‌, ଓଡ଼ିଶା ରେଡ୍‌ ବିଜୟୀ ହୋଇଛନ୍ତି। ତେବେ ଜିଏମ୍‌ ଅଳକାନନ୍ଦାଙ୍କ ବୋଲି˚ ପ୍ରଦର୍ଶନ ଆଜି ଦିନର ସବୁଠୁ ଉଲ୍ଲେଖନୀୟ ଥିଲା। ଓଡ଼ିଶା ୟେଲୋ ପକ୍ଷରୁ ଖେଳୁଥିବା ଅଳକାନନ୍ଦା ଅଲ୍‌ରାଉଣ୍ତ ପ୍ରଦର୍ଶନ ଦେଇଥିଲେ। ସେ ୯ ଓଭରରେ ମାତ୍ର ୭ ରନ୍‌ ବ୍ୟୟ କରି ୪ ଵିକେଟ ଅକ୍ତିଆର କରିଥିଲା ବେଳେ ଅପରାଜିତ ୧୮ ରନ୍‌ କରିଥିଲେ। ଏହାବ୍ୟତୀତ ମାଧୁରୀ ମେହେଟ୍ଟା ଅର୍ଧଶତକୀୟ ପାଳି ଖେଳି ରେଡ୍‌କୁ ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ।

ପ୍ରଥମେ ଅଳକାନନ୍ଦାଙ୍କ କଞ୍ଜୁସ୍‌ ବୋଲି˚ ଓ ପରେ ସୁମିତ୍ରା ସାହୁଙ୍କ ଅପରାଜିତ ଅର୍ଧଶତକୀୟ ପାଳି ବଳରେ ୟେଲୋ ୫ ଵିକେଟ୍‌ରେ ଅରେଞ୍ଜକୁ ହରାଇଛି। କିଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅରେଞ୍ଜ ପ୍ରଥମେ ବ୍ୟାଟି˚ କରି ୪୧ ଓଭରରେ ସମସ୍ତ ଵିକେଟ ହରାଇ ୧୧୮ ରନ୍‌ କରିଥିଲା। ଏହି ପାଳିରେ ଖେଳାଳିଙ୍କ ରନ୍‌ ଅପେକ୍ଷା ଅତିରିକ୍ତ ଅଧିକ ଆସିଥିଲା। ସରିତା ମେହେର ୨୧, ଜୈସ୍‌ ନାୟକ ୧୫, ବର୍ଷାରାଣୀ ସି˚ହ ୧୭ ରନ୍‌ କରିଥିବା ବେଳେ ଅତିରିକ୍ତ ଭାବେ ୩୨ ରନ୍‌ ମିଳିଥିଲା। ଅତିରିକ୍ତ ରନ୍‌ ବ୍ୟୟ ହୋଇଥିଲେ ବି ଅଳକାନନ୍ଦାଙ୍କ ବୋଲି˚ରେ ଅରେଞ୍ଜ ଖେଳାଳିମାନେ ହାତଖୋଲା ସଟ୍‌ ଖେଳିପାରିନଥିଲେ। ଅଳକାନନ୍ଦାଙ୍କ ୭/୪ ବୋଲିଂ ଚିତ୍ର ବ୍ୟତୀତ ପୂଜା ଯାଦବ ୩, ନିଷ୍ଠା ଦତ୍ତ ୧ ଵିକେଟ୍‌ ନେଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୩୧.୧ ଓଭରରେ ୟେଲୋ ୫ ଵିକେଟ୍‌ ବିନିମୟରେ ମ୍ୟାଚ୍‌ ଜିତିଥିଲା। ପ୍ରାରମ୍ଭିକ ଖେଳାଳି ସୁମିତ୍ରା (୫୧* ରନ୍‌) ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ଅଳକାନନ୍ଦା ୧୮* ରନ୍‌ କରି ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ।

ଶୁଭ୍ର ନିର୍ଝରିଣୀ ସ୍ବାଇଁଙ୍କ ଅଲ୍‌ରାଉଣ୍ତ ପ୍ରଦର୍ଶନ ପାଇଁ ବିକାଶ ପଡ଼ିଆରେ ଗ୍ରିନ୍‌ ୧୦ ଵିକେଟ୍‌ରେ ଭାଓଲେଟ୍‌କୁ ହରାଇଛି। ଭାଓଲେଟ ୩୨.୩ ଓଭରରେ ୯ ଵିକେଟ୍‌ ହରାଇ ୭୯ ରନ୍‌ କରିଥିଲା। ସୁଶ୍ରୀ ଦିବ୍ୟଦର୍ଶିନୀ ଆହତ ଯୋଗୁଁ ବ୍ୟାଟି˚ କରିବାକୁ ଆସିପାରିନଥିଲେ। ଦଳ ପକ୍ଷରୁ ରାଧିକା ଶର୍ମା ସର୍ବାଧିକ ୩୦, ସୁଜାତା ମଲ୍ଲିକ ୧୯ ରନ୍‌ କରିଥିଲେ। ଶୁଭ୍ର ନିର୍ଝରିଣୀ ସ୍ବାଇଁ ୩, କୁନି ବଦରା ଓ ସ୍ମୃତିପ୍ରଭା ମଲ୍ଲିକ ଦୁଇଟି ଲେଖାଏଁ ଵିକେଟ୍‌ ନେଇଥିଲେ। ତେବେ ଶୁଭ୍ର (୪୩*) ଓ ସସ୍ମିତା ମହାଳିକ (୨୭*) ଅପରାଜିତ ରହି ୧୭ ଓଭରରେ ଗ୍ରିନ୍‌ ଦଳକୁ ଜିତାଇଥିଲେ।
ମୂଳା ପଡ଼ିଆରେ ରେଡ୍‌ ଦଳ ୫୬ ରନ୍‌ରେ ପର୍ପଲ ଦଳକୁ ପରାସ୍ତ କରିଛି। ମାଧୁରୀ ମେହେଟ୍ଟାଙ୍କ (୬୬*) ଅପରାଜିତ ଅର୍ଦ୍ଧଶତକ, ଶିଳ୍ପା ସ୍ବାଇଁଙ୍କ ୩୦*, ସୁଚିସ୍ମିତା ପଣ୍ତାଙ୍କ ୨୮, ରାଜଶ୍ରୀ ସ୍ବାଇଁଙ୍କ ୨୪ ରନ୍‌ ସହାୟତାରେ ରେଡ୍‌ ୫ ଵିକେଟ୍‌ ବିନିମୟରେ ୧୯୭ ରନ୍‌ କରିଥିଲା। ଜବାବରେ ପର୍ପଲ ୪୧.୨ ଓଭରରେ ୧୪୧ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଅଲିପ୍ସା ବିଶ୍ବାଳ ୩୪, ମୋନାଲିସା ରାଉତ ୨୭, ରାଣୀ ଟୁଡୁ ୧୭ ରନ୍‌ର ଯୋଗଦାନ କରିଥିଲେ। ବିଜୟୀ ଦଳ ପାଇଁ ଅଭିଲିପ୍ସା ୪, ସୁଶ୍ରୀ ସି˚ହ ୪, ରାଜଶ୍ରୀ ସ୍ବାଇଁ ୨ ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର