ମହିଳା କ୍ରିକେଟ ଲିଗ୍‌ ଆରମ୍ଭ : ମଧୁସ୍ମିତାଙ୍କ ଶତକକୁ ଫିକା କଲେ ସରିତା

ପ୍ରଥମ ଦିନ ୟେଲୋ, ଗ୍ରିନ୍‌, ଅରେଞ୍ଜ ବିଜୟୀ

କଟକ : ଶୁକ୍ରବାରଠୁ ଓସିଏ ପକ୍ଷରୁ ଭୁବନେଶ୍ବରର ତିନିଟି ପଡ଼ିଆରେ ମହିଳା କ୍ରିକେଟ ଲିଗ୍‌ ଦିନିକିଆ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନ ଓଡ଼ିଶା ୟେଲୋ, ଓଡ଼ିଶା ଗ୍ରିନ୍‌ ଏବଂ ଓଡ଼ିଶା ଅରେଞ୍ଜ୍‌ ଦଳ ବିଜୟୀ ହୋଇଛନ୍ତି। ବିକାଶ ପଡ଼ିଆରେ ଅଧିନାୟିକା ମଧୁସ୍ମିତା ବେହେରାଙ୍କ ଅପରାଜିତ ଶତକ ସତ୍ତ୍ବେ ପର୍ପଲ ଦଳ ୬ ୱିକେଟ୍‌ରେ ଅରେଞ୍ଜ ନିକଟରୁ ହାରିଯାଇଛି। ଅରେଞ୍ଜ ଟସ୍‌ ଜିତି ବୋଲି˚ କରିଥିଲା ବେଳେ ପର୍ପଲ ନିର୍ଧାରିତ ଓଭର ସୁଦ୍ଧା ୫ ଵିକେଟ ବିନିମୟରେ ୨୧୫ ରନ୍‌ କରିଥିଲା। ପ୍ରାରମ୍ଭିକ ବିଫଳତା ସତ୍ତ୍ବେ ଚତୁର୍ଥ ସ୍ଥାନରେ ଆସିଥିବା ମଧୁସ୍ମିତା ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳିଥିଲେ। ଶେଷ ପର୍ଯ୍ୟନ୍ତ ଗୋଟିଏ ପଟ ସମ୍ଭାଳିନେବା ସହ ୧୪୫ ବଲ୍‌ରୁ ୧୨୫ ରନ୍‌ର ଅପରାଜିତ ଶତକୀୟ ପାଳି ଖେଳିଥିଲେ। ସେଥିମଧ୍ୟରେ ୨୦ ଚୌକା ଅନ୍ତର୍ଭୁକ୍ତ। ରାମେଶ୍ବରୀ ନାଏକ ଓ ଭବାନୀ ଧଡ଼ା ଦୁଇଟି ଲେଖାଏଁ ଵିକେଟ୍‌ ନେଇଥିଲେ। ଅରେଞ୍ଜ ମଧ୍ୟ କଡ଼ା ଟକ୍କର ଦେଇ ୪ ଵିକେଟ ବିନିମୟରେ ଶେଷ ବଲ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ପ୍ରାରମ୍ଭିକ ଖେଳାଳି ସରିତା ମେହେର (୯୨) ଶତକଠାରୁ ୮ ରନ୍‌ ଦୂରରେ ଆଉଟ୍‌ ହୋଇଯାଇଥିଲା ବେଳେ କୁସୁମ ତିରିଆ ୪୯, ରସନାରା ପରବିନ୍‌ ୧୯* ରନ୍‌ କରି ବିଜୟର ମୁଖ୍ୟ ଭୂମିକା ନେଇଥିଲେ।

କିଟ୍‌ ଷ୍ଟାଡିୟମରେ ଗ୍ରିନ୍‌ ୬ ଵିକେଟ୍‌ରେ ରେଡ୍‌କୁ ହରାଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ରେଡ୍‌ ଦଳ ୧୭୨/୯ ରନ୍‌ କରିଥିଲା। ମାଧୁରୀ ମେହେଟ୍ଟା ୫୧, ଅଦ୍ବିତୀ ଦେଓ ୪୩, ଶିଳ୍ପା ସ୍ବାଇଁ ୨୭, ରାଜଶ୍ରୀ ସ୍ବାଇଁ ୧୫ ରନ୍‌ କରିଥିଲେ। ଗ୍ରିନ୍‌ ପକ୍ଷରୁ କଳ୍ପନା ନାୟକ ସର୍ବାଧିକ ୪, ଡିଜେ ରେଡ଼ି ୨ ଵିକେଟ ଅକ୍ତିଆର କରିଥିଲେ। ଜବାବରେ ଗ୍ରିନ୍‌ ୧୭୩ ରନ୍‌ର ଲକ୍ଷ୍ୟକୁ ୪୩.୧ ଓଭରରେ ୪ ଵିକେଟ ବିନିମୟରେ ହାସଲ କରିଥିଲା। ପ୍ରଜ୍ଞାପାରମିତା ମହାନ୍ତି (୬୧*) ଅପରାଜିତ ଅର୍ଧଶତକ ହାସଲ କରିଥିଲା ବେଳେ ଶୁଭ୍ର ନିର୍ଝରିଣୀ ସ୍ବାଇଁ ୨୪ ରନ୍‌ କରିଥିଲେ। ତେବେ ଦଳର ବିଜୟରେ ଅତିରିକ୍ତ ରନ୍‌ ସବୁଠୁ ବଡ଼ ଭୂମିକା ଗ୍ରହଣ କରିଥିଲା। ରେଡ୍‌ ବୋଲରମାନେ ଅତିରିକ୍ତ ୪୯ ରନ୍‌ ବ୍ୟୟ କରିଥିଲେ, ଯେଉଁଥିରେ ୪୩ଟି ୱାଇଡ୍‌ ବଲ୍‌ ଅନ୍ତର୍ଭୁକ୍ତ।

ପୁରୁଣା ଭୁବନେଶ୍ବରର ମୂଳା ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍‌ରେ ୟେଲୋ ୧୩ ରନ୍‌ରେ ଭାଓଲେଟ୍‌କୁ ହରାଇଥିଲା। ୟେଲୋ ଟସ୍‌ ଜିତି ବ୍ୟାଟି˚ କରିଥିଲା। ଅଞ୍ଜଳି ସି˚ହଙ୍କ ୫୧, ପଦ୍ମିନୀ ବାରିକଙ୍କ ୧୮, ପ୍ରିୟଙ୍କା ସାହୁଙ୍କ ୨୦ ରନ୍‌ ସହାୟତାରେ ଦଳ ୮ ଵିକେଟ୍‌ ବିନିମୟରେ ୧୫୭ ରନ୍‌ ସ˚ଗ୍ରହ କରିଥିଲା। ସୁଶ୍ରୀ ଦିବ୍ୟଦର୍ଶିନୀ ଓ ପ୍ରୀତି ପ୍ରିୟଦର୍ଶିନୀ ଦୁଇଟି ଲେଖାଏଁ ଵିକେଟ୍‌ ନେଇଥିଲେ। ଜବାବରେ ଭାଓଲେଟ ୯ ଵିକେଟ୍‌ ହରାଇ ୧୪୪ ରନ୍‌ ହିଁ କରିପାରିଥିଲା। ସଙ୍ଗୀତା ଖଡ଼ିଆ ୫୫, ସୁଶ୍ରୀ ଦିବ୍ୟଦର୍ଶିନୀ ୧୭ ରନ୍‌ର ଯୋଗଦାନ କରିଥିଲେ। ବିଜୟୀ ଦଳ ପାଇଁ ପ୍ରିୟଙ୍କା ସାହୁ ୨, ନମ୍ରତା ରଘୁବ˚ଶୀ, ଜିଏମ୍‌ ଅଳକାନନ୍ଦା ଓ ପୂଜା ଯାଦବ ପ୍ରତ୍ୟେକ ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର