ଭାରତୀୟ ମହିଳା ଟିମ୍‌ର ନ୍ୟୁଜିଲାଣ୍ଡ ଗସ୍ତ: ମିତାଲି ରାଜ ଦିନିକିଆ, ହରମନପ୍ରୀତ ଟି-୨୦ ଟିମ୍‌ର ଅଧିନାୟିକା

ନୂଆଦିଲ୍ଲୀ: ପୂର୍ବତନ କୋଚ ରମେଶ ପାଓ୍ଵାରଙ୍କ ସହିତ ଶବ୍ଦ କଟାକଟି ମାମଲାରେ ଚର୍ଚ୍ଚାକୁ ଆସିଥିବା ମିତାଲି ରାଜଙ୍କୁ ନ୍ୟଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ଟି-୨୦ ଟିମରେ ରଖାଯାଇଛି। ଦିଲ୍ଲୀର ପୁନିଆକୁ ଭାରତୀୟ ଟି-୨୦ରେ ପ୍ରଥମ ଥର ସାମିଲ କରାଯାଇଛି। ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ବିସିସିଆଇ ଶୁକ୍ରବାର ଭାରତୀୟ ମହିଳା ଟିମ୍‌ର ଦିନିକିଆ ଏବଂ ଟି-୨୦ ଟିମ୍‌ ଘୋଷଣା କରିଛି।

ଭାରତୀୟ ଟି-୨୦ ଟିମ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ-ଅଧିନାୟକ), ମିତାଲି ରାଜ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗେଜ, ଅନୁଜା ପାଟିଲ, ଡି.ହେମଲତା, ମାନଷୀ ଯୋଶୀ, ଶିଖା ପାଣ୍ଡେ, ତାନ୍ୟା ଭାଟିଆ (ଓ୍ଵିକେଟକିପର), ପୁନମ ଯାଦବ, ଏକତା ବିଷ୍ଟ, ରାଧା ଯାଦବ, ଅରୁନ୍ଧତୀ ରେଡ୍ଡୀ ଓ ପ୍ରୀୟା ପୁନିଆ।

ଭାରତୀୟ ଦିନିକିଆ ଟିମ: ମିତାଲି ରାଜ (ଅଧିନାୟିକା), ହରମନପ୍ରୀତ (ଉପ-ଅଧିନାୟିକା), ଜେମିମାହ ରୋଡ୍ରିଗେଜ, ପୁନମ ରାଉତ, ଦୀପ୍ତି ଶର୍ମା, ଡି.ହେମଲତା, ତାନ୍ୟା ଭାଟିଆ (ଓ୍ଵିକେଟକିପର), ମୋନା ମେଶ୍ରାମ, ଏକତା ବିଷ୍ଟ, ପୁନମ ଯାଦବ, ରାଜେଶ୍ୱରୀ ଗାୟକଓ୍ଵାଡ, ଝୁଲନ ଗୋସ୍ୱାମୀ, ମାନଷୀ ଯୋଶୀ ଓ ଶିଖା ପାଣ୍ଡେ।

ସମ୍ବନ୍ଧିତ ଖବର