ପ୍ୟାରିସ: ତାଇୱାନର ସିଏ ସୁ-ୱେଇ ଓ ଚୀନ୍‌ର ୱାଙ୍ଗ ଜିନୟୁ ଫ୍ରେଞ୍ଚ ଓପନ୍‌ ମହିଳା ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ରବିବାର ଫାଇନାଲ୍‌ରେ ଏହି ତାଇୱାନ ଓ ଚୀନ୍‌ ଯୋଡ଼ି ୧-୬, ୭-୬ (୭/୫), ୬-୧ ସେଟ୍‌ରେ ଆମେରିକା ଓ କାନାଡ଼ା ଯୋଡ଼ି ଟେଲର ଟାଉନସେଣ୍ଡ ଓ ଲେଲା ଫାର୍ଣ୍ଣାଣ୍ଡିଜ୍‌ଙ୍କୁ ପରାସ୍ତ କରିଥିଲେ। ୩୭ ବର୍ଷୀୟା ସିଏଙ୍କ ଏହା ପଞ୍ଚମ ଗ୍ରାଣ୍ଡ ସ୍ଲାମ୍‌ ଯୁଗ ଟ୍ରଫି ଏବଂ ପାରିସ୍‌ରେ ଦ୍ବିତୀୟ। ୨୦୧୪ରେ ସେ ଚୀନ୍‌ର ପେଙ୍ଗ ସୁଆଇଙ୍କୁ ସାଥୀ କରି ଏଠାରେ ଟ୍ରଫି ଜିତିଥିଲେ। ସଏ ଓ ୱାଙ୍ଗ ଯୋଡ଼ିଙ୍କ ଏହା ଦ୍ବିତୀୟ ପ୍ରତିଯୋଗିତା। ଗତ ମାସରେ ଏହି ଯୋଡ଼ି ଏକାଠି ଷ୍ଟ୍ରାସ୍‌ବର୍ଗରେ ଖେଳିଥିଲେ।