ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ ‘ମହିଳା ଏସିଆ କପ୍ ହକି’ର ଫାଇନାଲରେ ରବିବାର ଚୀନକୁ ୫-୪ଗୋଲରେ ପରାସ୍ତ କରି ଚମ୍ପିଅନ ହୋଇଛି। ଏଥି ସହିତ ୨୦୧୮ରେ ହେବାକୁ ଥିବା ଭାରତ ବିଶ୍ୱ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଜାପାନର କାକାମିଗହରା ଠାରେ ଖେଳାଯାଇଥିବା ମ୍ୟାଚରେ ଏକ ପେଣ୍ଡାଲଟି ଗୋଲ ସହିତ ଭାରତ ବିଜୟୀ ହୋଇଛି। ଗିଫୁ ହକି ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚର ପ୍ରଥମ ହାଫ୍ ସଂଘର୍ଷପୂର୍ଣ୍ଣ ଥିଲା। କିନ୍ତୁ ୨୫ ମିନିଟରେ ନଭଜୋତ୍ କୌର ଭାରତ ପାଇଁ ଏକ ଫିଲ୍ଡ ଗୋଲ ଦେଇଥିଲେ।
୪ର୍ଥ ଏସିଆ କପ୍ ଖେଳିଥିବା ଭାରତ ଅଗ୍ରଣୀରେ ଥିବା ବେଳେ ୪୭ ମିନିଟରେ ଟିଆନଟିଆନ ଲୁଓ ଏକ ପେନାଲଟି ଗୋଲ ଦେଇଥିଲେ। ତା’ପୂର୍ବରୁ ଝୋଙ୍ଗ ଜିଆକିଙ୍କ ଗୋଲ ସଫଳ ହୋଇ ପାରି ନ ଥିଲା। ୬୦ମିନିଟ ବେଳକୁ ଖେଳ ୧-୧ରେ ଥିଲା। ୧୩ ବର୍ଷ ବ୍ୟବଧାନରେ ଭାରତ ପୁଣି ଥରେ ଚମ୍ପିଅନ ହୋଇଛି। ଏଥି ସହିତ ୨୦୧୮ରେ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି ଭାରତ। ଗତ ମାସ ଭାରତର ପୁରୁଷ ହକି ଟିମ୍ ମାଲେସିଆକୁ ୨-୧ଗୋଲରେ ପରାସ୍ତ କରି ଏସିଆ କପ୍ ଚମ୍ପିଅନ ହୋଇଥିଲା।
ଟୁର୍ଣ୍ଣାମେଣ୍ଟରେ ଭାତର ଲିଗ ପର୍ଯ୍ୟାୟରେ ୧୦-୦ ଗୋଲରେ ସିଙ୍ଗାପୁର, ୪-୧ରେ ଚୀନ, ୨-୦ରେ ମାଲେସିଆ, କ୍ୱାର୍ଟର ଫାଇନାଲରେ କାଜକସ୍ତାନକୁ ୭-୧ ଓ ସେମିଫାଇନାଲରେ ଜାପାନକୁ ୪-୨ ଗୋଲରେ ପରାସ୍ତ କରିଥିଲା। ଟୁର୍ଣ୍ଣାମେଣ୍ଟରେ ଭାରତ ସମୁଦାୟ ୨୮ଟି ଗୋଲ ସ୍କୋର କରିଛି।