ମାର୍ଚ୍ଚ ୭ରୁ ମହିଳା ଆଇପିଏଲ୍, ୫ଟି ଦଳ ଖେଳିବେ

ମୁମ୍ବାଇ : ଭାରତୀୟ ମହିଳା କ୍ରିକେଟରେ ଏକ ନୂଆ ଫର୍ଦ୍ଦ ଯୋଡ଼ିହେବାକୁ ଯାଉଛି । କାରଣ ଆସନ୍ତା ବର୍ଷଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗର ମହିଳା ସଂସ୍କରଣ ବା ସଂକ୍ଷେପରେ ମହିଳା ଆଇପିଏଲ୍ । ଏ ନେଇ ବିସିସିଆଇ ପକ୍ଷରୁ ମଙ୍ଗଳବାରଦିନ ଦିନ ମଂଜୁରୀ ଦିଆଯାଇଛି ।

ସୂଚନା ଅନୁସାରେ ମହିଳା ଆଇପିଏଲ ମାର୍ଚ୍ଚ ୭ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଖେଳାଯିବ । ଏଥିରେ ମାତ୍ର ୫ଟି ଦଳ ରହିବେ । ଏସବୁ ଟିମ ପାଇଁ ମୋଟ ୧୬୦ରୁ ୧୭୦ ଭାରତୀୟ ଖେଳାଳି ଓ ୩୦ରୁ ୪୦ ବିଦେଶୀ ଖେଳାଳିଙ୍କ ତାଲିକା ଚୂଡ଼ାନ୍ତ କରାଯାଇଛି ।

ନିକଟରେ ଅନୁଷ୍ଠିତ ବିସିସିଆଇ ଗଭର୍ଣ୍ଣିଂ କାଉନସିଲ ବୈଠକରେ ମହିଳା ଆଇପିଏଲ ସଂପର୍କରେ ଆଲୋଚନା ହୋଇଥିଲା ଓ ଚୟନକର୍ତ୍ତାମାନଙ୍କୁ ୨୦୦ ଖେଳାଳିଙ୍କ ତାଲିକା ଦେବା ପାଇଁ କୁହାଯାଇଥିଲା ।

ମହିଳା ଆଇପିଏଲ ଆରମ୍ଭ ପୂର୍ବରୁ ଫ୍ରାଞ୍ଚାଇଜି ନିଲାମ ଓ ମିଡିଆ ରାଇଟ୍ସ ନିଲାମ ଅନୁଷ୍ଠିତ ହେବ । ଫ୍ରାଞ୍ଚାଇଜି ନିଲାମ ପରେ ଖେଳାଳି ନିଲାମ ବି ହୋଇପାରେ ।

ଗତମାସରେ ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମାଲ କହିଥିଲେ ଯେ, ମହିଳା ଆଇପିଏଲକୁ ନେଇ ସେ ଉତ୍ସାହିତ ଅଛନ୍ତି । ଏହା ଦ୍ବାରା ଦେଶରେ ମହିଳା କ୍ରିକେଟର ପ୍ରସଂଶକ ସଂଖ୍ୟା ବଢିବ ଓ ମହିଳା କ୍ରିକେଟିୟରଙ୍କ ଆୟ ମଧ୍ୟ ବଢିବ । ଫଳରେ ଅଧିକରୁ ଅଧିକ ଝିଅ କ୍ରିକେଟକୁ ନିଜର କ୍ୟାରିୟର ପାଇଁ ଆଗେଇ ଆସିବେ ।

 

ସମ୍ବନ୍ଧିତ ଖବର