ଭାଲେନ୍ସିଆ, : ଏଠାରେ ଚାଲିଥିବା ଏଫ୍ଆଇଏଚ୍ ହକି ମହିଳା ନେସନ୍ସ କପ୍ର ଫାଇନାଲ୍ରେ ଭାରତ ପ୍ରବେଶ କରିଛି। ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍ରେ ପୁଲ୍ ବି’ ବିଜେତା ଭାରତ ୨-୧ (୧-୧) ଗୋଲ୍ରେ ଆୟର୍ଲାଣ୍ଡକୁ ସୁଟ୍ଆଉଟ୍ କରିଥିଲା। ମ୍ୟାଚ୍ର ୧୫ତମ ମିନିଟ୍ରେ ନାଓମି କାରୋଲ ଫିଲ୍ଡ ଗୋଲ୍ ଦେଇ ଆୟର୍ଲାଣ୍ଡକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ।
ତେବେ ୪୫ତମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଉଦିତା ଗୋଲ୍ରେ ପରିଣତ କରି ସ୍ଥିତି ସମାନ କରିଥିଲେ। ଶେଷ ୧୫ ମିନିଟ୍ରେ ଆଉ ଗୋଲ୍ ନହେବାରୁ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ୧-୧ରେ ଶେଷ ହୋଇଥିଲା। ତେଣୁ ଫଳାଫଳ ଲାଗି ସୁଟ୍ଆଉଟ୍ର ସହଯୋଗ ନେଇଥିଲା। ଏଥିରେ ଭାରତ ୨-୧ରେ ଜିତି ଫାଇନାଲ୍ ସ୍ଥାନ ପକ୍କା କରିଥିଲା। ଶନିବାର ଫାଇନାଲ୍ରେ ଭାରତର ମୁକାବିଲା ସ୍ପେନ୍ ସହ ହେବ। ଏହା ପୂର୍ବରୁ ଶୁକ୍ରବାର ପ୍ରଥମ ସେମିଫାଇନାଲ୍ରେ ଜାପାନ୍କୁ ୧-୦ ଗୋଲ୍ରେ ହରାଇ ସ୍ପେନ୍ ପ୍ରଥମେ ଫାଇନାଲ୍ ସ୍ଥାନ ପକ୍କା କରିଥିଲା।