ଦୁବାଇ: ଭାରତୀୟ ଅଧିନାୟିକା ମିତାଲି ରାଜ (୭୬୨ ପଏଣ୍ଟ୍) ସଦ୍ୟ ପ୍ରକାଶିତ ଆଇସିସି ମହିଳା ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନକୁ ଫେରିଛନ୍ତି। ୱେଷ୍ଟଇଣ୍ଡିଜ୍ ଅଧିନାୟିକା ଷ୍ଟିଫାନି ଟେଲର ପଞ୍ଚମ ସ୍ଥାନକୁ ଖସିବାରୁ ମିତାଲିଙ୍କୁ ଫାଇଦା ମିଳିଥିଲା। ୧୬ ବର୍ଷ ତଳେ ପ୍ରଥମ ଥର ଶୀର୍ଷ ସ୍ଥାନ ହାସଲ କରିଥିବା ମିତାଲି ନବମ ଥର ପାଇଁ ଏହି ସ୍ଥାନ ଦଖଲ କରିଛନ୍ତି। ବାମହାତୀ ବ୍ୟାଟର ସ୍ମୃତି ମନ୍ଧାନା (ନବମ) ଶୀର୍ଷ -୧୦ରେ ସ୍ଥାନ ପାଇଛନ୍ତି। ବୋଲରଙ୍କ ମଧ୍ୟରେ ଝୁଲଣ ଗୋସ୍ବାମୀ (ପଞ୍ଚମ) ଏକମାତ୍ର ଭାରତୀୟ ଭାବେ ଶ୍ରେଷ୍ଠ ୧୦ରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାର ଶେଷ ମ୍ୟାଚ୍ରେ ୭୦ ରନ୍ କରିଥିବା ଭାରତୀୟ ଓପନର ସ୍ମୃତି ମହିଳା ଟି-୨୦ ବ୍ୟାଟିଂ ମାନ୍ୟତାର ୩ ନମ୍ବର ସ୍ଥାନ ଦଖଲ କରିଛନ୍ତି।
ମହିଳା ଦିନିକିଆ ମାନ୍ୟତା: ମିତାଲି ପୁଣି ଶୀର୍ଷକୁ ଫେରିଲେ, ଟି-୨୦ରେ ସ୍ମୃତି ୩ ନମ୍ବର ବ୍ୟାଟର
/sambad/media/post_attachments/wp-content/uploads/2018/11/14-Mitali.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)