୧୨୯୦ କୋଟି ଟଙ୍କାରେ ମହିଳା ଆଇପିଏଲ ଟିମ କିଣିଲେ ଗୌତମ୍ ଅଦାନୀ

ମୁମ୍ବାଇ : ଏସିଆର ନଂ୧ ଧନୀ ଗୌତମ ଅଦାନୀ ଆଇପିଏଲରେ ବି ପ୍ରବେଶ କରିଛନ୍ତି । ତାଙ୍କ କମ୍ପାନି ଅଦାନୀ ଗ୍ରୁପ୍ ୧୨୯୦ କୋଟି ଟଙ୍କା ବିନିମୟରେ ଗୋଟିଏ ମହିଳା ଆଇପିଏଲ ଫ୍ରାଞ୍ଚାଇଜି ବା ଟିମ କିଣିଛି । ଅଦାନୀ ଗ୍ରୁପର ଏକ ଶାଖା ଅଦାନୀ ସ୍ପୋର୍ଟସଲାଇନ ପ୍ରା. ଲିଃ ପକ୍ଷରୁ ଏହି ଟିମ କିଣାଯାଇଛି । ଟିମର ନାଁ ଘୋଷଣା ହୋଇନଥିଲେ ବି ତାହା ଅହମଦାବାଦକୁ ପ୍ରତିନିଧିତ୍ବ କରିବ ।

ସେହିପରି ଟିମ କିଣିଥିବା ଅନ୍ୟ ସଂସ୍ଥାମାନେ ହେଲେ ରିଲାଏନ୍ସ ଗ୍ରୁପ ଅଧିନସ୍ଥ ମୁମ୍ବାଇ ଇଣ୍ଡିଆନ୍ସ (୯୧୨ କୋଟି) , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୯୦୧ କୋଟି ଟଙ୍କା) , ଜେଏସଡବ୍ଲୁ ଗ୍ରୁବ ଅଧିନସ୍ଥ ଦିଲ୍ଲୀ କ୍ୟାପିଟାଲ୍ସ (୮୧୦ କୋଟି) ଓ କାପ୍ରି ଗ୍ଲୋବାଲ (୭୫୭ କୋଟି ଟଙ୍କା)  ।  କାପ୍ରି ଗ୍ଲୋବାଲ ଲକ୍ଷ୍ନୌ ଟିମ ପାଇଁ ନିଲମ ଜିତିଛି ।

ମହିଳା ଆଇପିଏଲ ନିଲାମ ବାବଦରେ ବିସିସିଆଇ ମୋଟ ୪୬୬୯.୯୯ କୋଟି ଟଙ୍କା ପାଇବ ବୋଲି ବୁଧବାରଦିନ ବିସିସିଆଇ ସଚିବ ଜୟ ଶାହା ଘୋଷଣା କରିଛନ୍ତି । ଆସନ୍ତା ୧୦ ବର୍ଷରେ ବିସିସିଆଇ ଏହି ରାଶି ପାଇବ । ମହିଳା ଆଇପିଏଲର ଅଫିସିଆଲ ନାଁ ହେବ ଓମେନ୍ସ ପ୍ରିମିୟର ଲିଗ୍ ବା ଡବ୍ଲୁପିଏଲ ।

ଗତ ସପ୍ତାହରେ ଭାୟାକମ-୧୮ ମହିଳା ଆଇପିଇଏଲର ପ୍ରସାରଣ ଅଧିକାର ୯୫୧ କୋଟିରେ କିଣିଥିଲା ।

ମହିଳା ଆଇପିଏଲ ଆରମ୍ଭ ହେବା ଦ୍ବାରା ବିଶ୍ବ ମହିଳା କ୍ରିକେଟରେ ଏକ ବୈପ୍ଲବିକ ପରିବର୍ତ୍ତନ ଆରମ୍ଭ ହେବ ବୋଲି ଜୟ ଶାହା କହିଛନ୍ତି ।

 

 

ସମ୍ବନ୍ଧିତ ଖବର