ସାର୍‌ଜାରେ ହେବ ମହିଳା ଟି-୨୦ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ୟୁଏଇରେ ଆଇପିଏଲ୍‌ ଚାଲିଥିବା ମଧ୍ୟରେ ଆସନ୍ତା ମାସରେ ହେବାକୁ ଥିବା ମହିଳା ଟି-୨୦ ଚ୍ୟାଲେଞ୍ଜ ସାର୍‌ଜାରେ ଆୟୋଜିତ ହେବାର ସମ୍ଭାବନା ରହିଛି। ଏହି ୩ ଦଳୀୟ ପ୍ରତିଯୋଗିତାରେ ୩୦-୩୬ ଜଣ ଭାରତୀୟ ‌ମହିଳା କ୍ରିକେଟର୍‌ ଅଂଶଗ୍ରହଣ କରିବେ। ଏହି ଖେଳାଳିମାନେ ଆସନ୍ତା ମାସ ୧୩ ତାରିଖରେ ମୁମ୍ବାଇରେ ଏକତ୍ରିତ ହେବେ। ଏଠାରେ ୯ ଦିନିଆ ସଂଗରୋଧରେ ରହିବା ପରେ ୨୧ ତାରିଖରେ ଦୁବାଇ ଗସ୍ତ କରିବାର ସମ୍ଭାବନା ରହିଛି। ଦୁବାଇରେ ପହଞ୍ଚିବା ପରେ ହୋଟେଲରେ ୬ ଦିନିଆ ସଂଗରୋଧରେ ରହିବେ। ଖେଳାଳିମାନଙ୍କ ୩ ଥାକିଆ କୋଭିଡ ପରୀକ୍ଷା ହେବ। ନେଗେଟିଭ ଆସିଲେ ଖେଳିବା ଲାଗି ଅନୁମତି ମିଳିବ। ପ୍ରତିଯୋଗିତା ଆଇପିଏଲ୍‌ର ପ୍ଲେ ଅଫ୍‌ ସପ୍ତାହ (ନଭେମ୍ବର ୪ରୁ ୯ ତାରିଖ) ମଧ୍ୟରେ ଆୟୋଜିତ ହେବ। ଆଇପିଏଲ୍‌ ଫାଇନାଲ୍‌ରେ ନଭେମ୍ବର ୧୦ ତାରିଖରେ ଖେଳାଯିବ।

ସମ୍ବନ୍ଧିତ ଖବର