ମୁମ୍ବାଇ: ମହିଳା ଟି-୨୦ ବିଶ୍ୱକପ୍ ୨୦୨୪ ବାଂଲାଦେଶରେ ଅନୁଷ୍ଠିତ ହେବାର ଥିଲା ।  କିନ୍ତୁ ହିଂସାତ୍ମକ ସରକାର ବିରୋଧୀ ଆନ୍ଦୋଳନ ପରେ ବାଂଲାଦେଶର ବର୍ତ୍ତମାନ ସ୍ଥିତି ଭଲ ନାହିଁ। ଦେଶରେ ଏବେ ବି ହିଂସାକାଣ୍ଡ ଜାରି ରହିଛି । ଏହାକୁ ନେଇ ଆଇସିସିର ସୁରକ୍ଷା ଚିନ୍ତା ବଢିଯାଇଛି । ଫଳରେ ସେଠାରେ ବିଶ୍ବକପ ଆୟୋଜନ ନ କରି ୟୁଏଇରେ କରିବାକୁ ଯୋଜନା କରାଯାଉଛି ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବାଂଲାଦେଶ କ୍ରିକେଟ ବୋର୍ଡ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ବିସିସିଆଇ ସମ୍ପାଦକ ଜୟ ଶାହା ଏହାକୁ ସ୍ପଷ୍ଟ ଭାବେ ମନା କରିଦେଇଥିଲେ। ଏବେ ମହିଳା ଟି-୨୦ ବିଶ୍ୱକପ୍ ୟୁଏଇରେ ଆୟୋଜନ ହୋଇପାରେ। ତେବେ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ ।

କ୍ରିକବଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଦୁବାଇ କିମ୍ବା ଆବୁଧାବି ଉପରେ ବିଚାର କରୁଛି। କିନ୍ତୁ ବାଂଲାଦେଶ କ୍ରିକେଟ ବୋର୍ଡ ଆଇସିସି ଠାରୁ ସମୟ ମାଗିଛି। ଆଇସିସି ଖୁବ୍ ଶୀଘ୍ର ଏ ନେଇ ନିଷ୍ପତ୍ତି ନେବ। ଏହି ପ୍ରସଙ୍ଗରେ ଏକ ଅନଲାଇନ୍ ବୈଠକ ମଧ୍ୟ ପ୍ରସ୍ତାବ ଦିଆଯାଇଛି। । ଆଗାମୀ ଅଗଷ୍ଟ ୨୦ ସୁଦ୍ଧା ନିଷ୍ପତ୍ତି ଆସିପାରେ।