ଆଇସିସି ବୋର୍ଡ ବୈଠକରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ନିୟମରେ ପରିବର୍ତନ ବ୍ୟତୀତ ମହିଳା ଟି-୨୦ ବିଶ୍ବକପ୍କୁ ମଧ୍ୟ ଘୁଞ୍ଚାଇବାର ନିଷ୍ପତ୍ତି ନିଆଯାଇଛି। ଏହି ବିଶ୍ବକପ୍ ୨୦୨୨ ନଭେମ୍ବର ମାସରେ ହେବାର ଥିଲା। ହେଲେ କରୋନା ପ୍ରଭାବ ଯୋଗୁଁ ଏହି ବିଶ୍ବକପ୍କୁ ଏବେ ତିନି ମାସ ପାଇଁ ଘୁଞ୍ଚାଇ ଦିଆଯାଇଛି। ଫଳରେ ବିଶ୍ବକପ୍ ୨୦୨୩ ଫେବ୍ରୁଆରି (୯ରୁ ୨୨ ତାରିଖ)ରେ ଅନୁଷ୍ଠିତ ହେବ। ବିଶ୍ବକପ୍ ଘୁଞ୍ଚିବା ଫଳରେ ମହିଳା ଖେଳାଳିମାନଙ୍କୁ ପ୍ରସ୍ତୁତି କରିବାର ଯଥେଷ୍ଟ ସମୟ ମିଳିପାରିବ ଏବଂ ସେମାନେ ଭଲ ପ୍ରଦର୍ଶନ ଦେବା ପାଇଁ ସେମାନଙ୍କ ଉପରେ ରହିଥିବା ବୋଝର ଲାଘବ କରିପାରିବେ ବୋଲି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାୱନୀ କହିଛନ୍ତି। ପୁଣି ୨୦୨୩ କ୍ୟାଲେଣ୍ଡର ବର୍ଷରେ କୌଣସି ବଡ଼ ମହିଳା ପ୍ରତିଯୋଗିତା ନଥିବାରୁ ଆମକୁ ସହଜ ହେବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟରେ ନ୍ୟୁଜିଲାଣ୍ଡ୍ରେ ଆୟୋଜିତ ହେବାକୁ ଥିବା ୫୦ ଓଭରିଆ ମହିଳା ବିଶ୍ବକପ୍କୁ ମଧ୍ୟ କରୋନା ପ୍ରଭାବ ଯୋଗୁଁ ଆଇସିସି ୨୦୨୧ରୁ ୨୦୨୨କୁ ଘୁଞ୍ଚାଇଥିଲା।
ମହିଳା ଟି-୨୦ ବିଶ୍ବକପ୍ ୨୦୨୩କୁ ଘୁଞ୍ଚିଲା
/sambad/media/post_attachments/wp-content/uploads/2020/11/women-t-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)