ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଅମ୍ପାୟାର ତାଲିକାରେ ନିତିନ ଏକମାତ୍ର ଭାରତୀୟ

ଦୁବାଇ : ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଅମ୍ପା‌ୟାର ଓ ମ୍ୟାଚ୍‌ ରେଫରିଙ୍କ ତାଲିକା ପ୍ରକାଶ ପାଇଛି। ଆଶ୍ଚର୍ଯ୍ୟଜନକ ଭାବେ ମ୍ୟାଚ୍‌ ଅଧିକାରୀ ଭାବେ ୬ ଜଣ ମହିଳା ସ୍ଥାନ ପାଇଛନ୍ତି। ପୂର୍ବ ଘୋଷଣା ମୁତାବକ କୌଣସି ଆଇସିସି ପ୍ରତିଯୋଗିତାରେ ଭାରତର ଜିଏସ୍‌ ଲକ୍ଷ୍ମୀ ପ୍ରଥମ ମହିଳା ମ୍ୟାଚ୍‌ ରେଫରି ହେବେ। ତାଙ୍କ ବ୍ୟତୀତ ଷ୍ଟିଭ୍‌ ବର୍ନାଡ ଓ କ୍ରିସ୍‌ ବ୍ରଡ୍‌ ଅନ୍ୟ ଦୁଇ ମ୍ୟାଚ୍‌ ରେଫରି ରହିଛନ୍ତି। ତେବେ ଅମ୍ପାୟାର ତାଲିକାରେ ଏକମାତ୍ର ଭାରତୀୟ ଭାବେ ନିତିନ ମେନନ୍‌ଙ୍କ ନାମ ରହିଛି। ‌ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଲରେନ୍‌ ଆଗେନ୍‌ବାଗ୍‌, କିମ୍‌ କଟନ୍‌, କ୍ଲାରେ ପୋଲୋସ୍କ, ସୁ ରେଡ୍‌ଫର୍ନ ଓ ଜାକ୍‌ଲିନ୍‌ ୱିଲିୟମ୍‌ସ (ସମସ୍ତେ ମହିଳା)ଙ୍କ ବ୍ୟତୀତ ଗ୍ରେଗୋରି ବ୍ରାଥ୍‌ୱେଟ୍‌, କ୍ରିସ୍‌ ବ୍ରାଉନ୍‌, ସନ୍‌ ଜର୍ଜ, ଏହସାନ୍‌ ରାଜା, ଲଟନ୍‌ ରୁସେରେ, ଆଲେକ୍ସ ୱାର୍ଫଙ୍କ ନାମ ରହିଛି। ଚଳିତ ମାସ ୨୧ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ୍‌ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଏହାକୁ ୱିଲିୟମ୍‌ସ ଓ ସନ୍‌ ଜର୍ଜ ପରିଚାଳନା କରିବେ।

ସମ୍ବନ୍ଧିତ ଖବର