ମହିଳା‌ ଟ୍ବେଣ୍ଟି-୨୦: ଶ୍ରୀଲଙ୍କା ବିପକ୍ଷରେ ଭାରତର ଶୃଙ୍ଖଳା ବିଜୟ

ଦାମ୍ବୁଲା, ୨୫ା୬: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ମହିଳା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାକୁ ଭାରତ ୨-୦ରେ ଆଗୁଆ ଜିତି ନେଇଛି। ଶନିବାର ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ମହିଳା ୫ ୱିକେଟ୍‌ରେ ବିଜୟୀ ହୋଇଥିଲେ। ସ୍ପିନର୍‌ମାନେ ଘରୋଇ ଦଳକୁ ୧୨୫/୭ରେ ରୋକି ଦେବା ପରେ ସ୍ମୃତି ମନ୍ଧାନା ଓ ହର୍ମନପ୍ରୀତ୍ କୌରଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳି କାରଣରୁ ଭ୍ରମଣକାରୀ ଦଳ ୫ ବଲ୍‌ ପୂର୍ବରୁ ୫ ୱିକେଟ୍‌ରେ ୧୨୭ ରନ୍‌ ସଂଗ୍ରହ କରି ନେଇଥିଲା। ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ହର୍ମନପ୍ରୀତ୍ କୌର୍‌ (୩-୦-୧୨-୧ ଏବଂ ୩୧*) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସୋମବାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଖେଳାଯିବ।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ମହିଳା: ୨୦ ଓଭରରେ ୧୨୫/୭ (ବିଶ୍ମି ଗୁଣରତ୍ନେ-୪୫, ଚାମାରି ଆଟାପାଟ୍ଟୁ-୪୩, ଦୀପ୍ତି ଶର୍ମା-୨/୩୪, ହର୍ମନପ୍ରୀତ୍ କୌର-୧/୧୨, ରାଧା ୟାଦବ-୧/୧୫, ପୂଜା ବସ୍ତ୍ରକାର-୧/୧୮, ରେଣୁକା ସିଂହ-୧/୨୬)। ଭାରତ ମହିଳା ୧୯.୧ ଓଭରରେ ୧୨୭/୫ (ସ୍ମୃତି ମନ୍ଧାନା-୩୯, ‌ଶେଫାଳୀ ବର୍ମା-୧୭, ଶବିନେନି ମେଘନା-୧୭, ହର୍ମନପ୍ରୀତ୍ କୌର୍‌-୩୧*, ଇନୋକା ରଣବୀରା-୨/୧୮, ଓସନ୍ଦି ରଣସିଂଘେ-୨/୩୨, ସୁଗନ୍ଦିକା କୁମାରୀ-୧/୧୨)।

ସମ୍ବନ୍ଧିତ ଖବର