କଟକ: କିଟ୍ରେ ଚାଲିଥିବା ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍ ଲିଗ୍ରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଓଡ଼ିଶା ଭାଓଲେଟ ୩୪ ରନ୍ରେ ଓଡ଼ିଶା ରେଡ୍କୁ ହରାଇଛି। ଟସ୍ ଜିତି ବ୍ୟାଟି˚ ନେଇଥିବା ଭାଓଲେଟ ସମସ୍ତ ଵିକେଟ ହରାଇ ୯୬ ରନ୍ କରିଥିଲା। ରଶ୍ମିତା ଚିନ୍ନାରା ୧୫, ଅଦ୍ବିତି ଦେଓ ୧୮, କୁନି ବଦରା ୧୪ ରନ୍ କରିଥିଲେ। ରେଡ୍ ପକ୍ଷରୁ ତନ୍ମୟୀ ବେହେରା, ରାଜଶ୍ରୀ ସ୍ବାଇଁ ଓ ସୋନାଲି ହେମ୍ବ୍ରମ ଦୁଇଟି ଲେଖାଏଁ ଵିକେଟ୍ ନେଇଥିଲେ। କିନ୍ତୁ ରେଡ୍ ନିର୍ଧାରିତ ଓଭର ବେଳକୁ ୮ ଵିକେଟ୍ ବିନିମୟରେ ୬୨ ରନ୍ କରିପାରିଥିଲା। ବିଜୟୀ ଦଳ ପକ୍ଷରୁ ଅଞ୍ଜଳି ସି˚ହ ୩ ଵିକେଟ୍ ନେଇଥିଲେ। ଅଞ୍ଜଳିଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ସୌମିତ୍ର ଚୌଧୁରୀ ପୁରସ୍କାର ପ୍ରଦାନ କରିଥିଲେ।
ଗ୍ରିନ୍ଠୁ ହାରିଲା ୟେଲୋ
ଦ୍ବିତୀୟ ମ୍ୟାଚ୍ରେ ଓଡ଼ିଶା ଗ୍ରିନ୍ ୩ ଵିକେଟ୍ରେ ଓଡ଼ିଶା ୟେଲୋକୁ ହରାଇଛି। ୟେଲୋ ପ୍ରଥମେ ବ୍ୟାଟି˚ କରି ୬ ଵିକେଟ୍ ବିନିମୟରେ ୧୧୦ ରନ୍ କରିଥିଲା। ସସ୍ମିତା ମହାଳିକ ୪୯, ସଙ୍ଗୀତା ଖଡ଼ିଆ ୩୪ ରନ୍ କରିଥିଲା ବେଳେ ରାମେଶ୍ବରୀ ନାଏକ, ରାଣୀ ପ୍ରସାଦ, ରୋସନାରା ପରବିନ ଗୋଟିଏ ଲେଖାଏଁ ଵିକେଟ୍ ନେଇଥିଲେ। ଜବାବରେ ଓଡ଼ିଶା ଗ୍ରିନ୍ ଚାରିଟି ବଲ୍ ବାକି ଥାଇ ୭ ଵିକେଟ୍ ବିନିମୟରେ ମ୍ୟାଚ୍ ଜିତିଥିଲା। ପ୍ରଜ୍ଞା ପାରମିତା ମହାନ୍ତି ୩୧* ଓ ରସନାରାଙ୍କ ୩୬ ରନ୍ କରି ବିଜୟରେ ମୁଖ୍ୟ ଭୂମିକା ନେଇଥିଲା। ୟେଲୋର ଲକ୍ଷ୍ମୀପ୍ରିୟା ନାଏକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓ ବର୍ଷାରାଣୀ ସି˚ହ ୨ ଵିକେଟ୍ ଲେଖାଏଁ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/s5f4hf5s64h56fsh456fsh4fs65h4fsh.jpg)
