ଆରମ୍ଭ ହେଲା ମହିଳା ଟ୍ବେଣ୍ଟି-୨୦ ଲିଗ୍‌: ପ୍ରଥମ ଦିନରେ ଭାଓଲେଟ୍‌, ୟେଲୋ ବିଜୟୀ

କଟକ: ଓଡ଼ିଶା କ୍ରିକେଟ ସ˚ଘ (ଓସିଏ) ପକ୍ଷରୁ ଡ୍ରିମ୍ସ ଷ୍ଟାଡିୟମରେ ମହିଳା ଟ୍ବେଣ୍ଟି-୨୦ ଲିଗ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରୁ ଓଡ଼ିଶା ଭାଓଲେଟ୍‌ ଓ ଓଡ଼ିଶା ୟେଲୋ ବିଜୟୀ ହୋଇଛନ୍ତି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଓଡ଼ିଶା ଭାଓଲେଟ୍‌ ୨୩ ରନ୍‌ରେ ଓଡ଼ିଶା ରେଡ୍‌କୁ ପରାସ୍ତ କରିଛି। ଭାଓଲେଟ୍‌ ଟସ୍‌ ଜିତି ବ୍ୟାଟି˚ କରିଥିଲା ବେଳେ ୬ ଵିକେଟ୍‌ ବିନିମୟରେ ୧୦୦ ରନ୍‌ ସ˚ଗ୍ରହ କରିଥିଲା। ଅଲିପ୍ସା ବିଶ୍ବାଳ ୧୯, ଶିଳ୍ପା ସ୍ବାଇଁ ୧୬, ସୁଶ୍ରୀ ଦିବ୍ୟଦର୍ଶିନୀ ୧୫ ରନ୍‌ କରି ଆଉଟ ହୋଇଥିଲା ବେଳେ ପ୍ରତିପକ୍ଷର ନିବେଦିତା ନାୟକ ୨ ଵିକେଟ୍‌ ଅକ୍ତିଆର କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଓଡ଼ିଶା ରେଡ୍‌ ୨ ବଲ୍‌ ପୂର୍ବରୁ ମାତ୍ର ୭୭ ରନ୍‌ କରି ସମସ୍ତ ଵିକେଟ ହରାଇଥିଲା। ବିଜୟୀ ଦଳ ପାଇଁ ଏସ୍‌.ବି. ଲରେନ୍ସ ୩, ସୁଶ୍ରୀ ଦିବ୍ୟଦର୍ଶିନୀ ୨ ଵିକେଟ ନେଇଥିଲେ। ଅଲରାଉଣ୍ତ ପ୍ରଦର୍ଶନ ପାଇଁ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଡ୍ରିମ୍ସ ଗ୍ରୁପ୍‌ ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରିଥିଲେ।

ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ୟେଲୋ ୫ ଵିକେଟରେ ଓଡ଼ିଶା ପର୍ପଲକୁ ହରାଇଛି। ଶୁଭ୍ର ନିର୍ଝରିଣୀ ସ୍ବାଇଁଙ୍କ ୩୬ ଓ ପ୍ରଜ୍ଞାପାରମିତା ମହାନ୍ତିଙ୍କ ୨୭ ରନ୍‌ ସହଯୋଗରେ ବ୍ୟାଟି˚ ଆରମ୍ଭ କରିଥିବା ପର୍ପଲ ୫ ଵିକେଟ ହରାଇ ୯୭ ରନ୍‌ ସ˚ଗ୍ରହ କରିଥିଲା। ତେବେ କାଜଲ ଜେନାଙ୍କ ୩୯ ରନ୍‌ ସହଯୋଗରେ ୟେଲୋ ଶେଷ ଓଭରର ପ୍ରଥମ ବଲ୍‌ରେ ବିଜୟୀ ହୋଇଥିଲା। ଶୁଭ୍ର ନିର୍ଝରିଣୀ ସ୍ବାଇଁ ଓ ସ୍ବର୍ଣ୍ଣଲତା ନାୟକ ପ୍ରତ୍ୟେକ ୨ ଵିକେଟ ଲେଖାଏଁ ପାଇଥିଲେ। ମ୍ୟାଚ୍‌ ବିଜୟୀ ପାଳି ପାଇଁ କାଜଲଙ୍କୁ କଟକ ମେୟର ସୁବାସ ସି˚ହ ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କାର ପ୍ରଦାନ କରିଥିଲେ। ଏଥିପୂର୍ବରୁ ସୋମବାର ସକାଳେ ହୋଇଥିବା ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଓଡ଼ିଶା ଫୁଟ୍‌ବଲ୍‌ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ ସ˚ଘ ସମ୍ପାଦକ ଅଭିଜିତ ପାଲ୍‌, ଓସିଏ ସିଇଓ ସୁବ୍ରତ ବେହେରା, ଡ୍ରିମ୍ସ କ୍ରୀଡ଼ା ନିର୍ଦ୍ଦେଶକ ନବକିଶୋର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର