କଟକ: ଡ୍ରିମ୍ସରେ ଚାଲିଥିବା ମହିଳା ଟ୍ବେଣ୍ଟି-୨୦ ଲିଗ୍ରେ ଗୁରୁବାର ଓଡ଼ିଶା ରେଡ୍ ଓ ଓଡ଼ିଶା ଗ୍ରିନ୍ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ଓଡ଼ିଶା ରେଡ୍ ୮ ଵିକେଟରେ ଓଡ଼ିଶା ୟେଲୋକୁ ପରାସ୍ତ କରିଛି। ଟସ୍ ଜିତି ବ୍ୟାଟି˚ ନେଇଥିବା ୟେଲୋ ୪ ଵିକେଟ ବିନିମୟରେ ୯୫ ରନ୍ ସ˚ଗ୍ରହ କରିଥିଲା। ସରିତା ମେହେର ୪୦ ଓ ଇନ୍ଦ୍ରାଣୀ ଛତ୍ରିଆ ୨୬* ରନ୍ କରିଥିଲେ। ରେଡ୍ ପାଇଁ ମାଧୁରୀ ମେହେଟ୍ଟା ଅପରାଜିତ ଅର୍ଦ୍ଧଶତକୀୟ ପାଳି (୫୧ ରନ୍, ୫୫ ବଲ୍, ୪ ଚୌକା ଓ ୧ ଛକା) ଖେଳି ଦଳକୁ ଜିତାଇଥିଲେ। ମ୍ୟାଚ୍ ବିଜୟୀ ପାଳି ପାଇଁ ମାଧୁରୀଙ୍କୁ ଓଡ଼ିଶା ଜିମ୍ନାଷ୍ଟିକ ସ˚ଘର ସମ୍ପାଦକ ଅଶୋକ ସାହୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରିଥିଲେ।
ଅପରାହ୍ନରେ ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ମ୍ୟାଚ୍ରେ ଓଡ଼ିଶା ଗ୍ରିନ୍ ୮ ଵିକେଟରେ ଓଡ଼ିଶା ପର୍ପଲକୁ ହରାଇଛି। ଟସ୍ ଜିତି ବ୍ୟାଟି˚ ନେଇଥିବା ପର୍ପଲ ନିର୍ଧାରିତ ୭ ଓଭରରେ ୪ ଵିକେଟ ହରାଇ ୪୧ ରନ୍ କରିଥିଲା। ପ୍ରଜ୍ଞା ପରମିତା ମହାନ୍ତି ୧୪ ଓ ଶୁଭ୍ର ନିର୍ଝରିଣୀ ସ୍ବାଇଁ ୧୪ ରନ୍ କରିଥିଲେ। ତେବେ ତନ୍ମୟୀ ବେହେରାଙ୍କ ୨୦ ରନ୍ ସହଯୋଗରେ ଗ୍ରିନ୍ ୨ଟି ବଲ୍ ପୂର୍ବରୁ ୨ ଵିକେଟ୍ କ୍ଷତିରେ ମ୍ୟାଚ୍ ଜିତିପାରିଥିଲା। ତନ୍ମୟୀଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର ଶିବସୁନ୍ଦର ଦାସ ପୁରସ୍କାର ଦେଇଥିଲେ।
ପୂର୍ବବର୍ତ୍ତୀ ଖବର
ସମ୍ବନ୍ଧିତ ଖବର