ମହିଳା ଟ୍ବେଣ୍ଟି-୨୦: ଛତିଶଗଡ଼କୁ ହରାଇଲା ଓଡ଼ିଶା

କଟକ: କେରଳରେ ଆରମ୍ଭ ହୋଇଥିବା ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୭୧ ରନ୍‌ରେ ଛତିଶଗଡ଼କୁ ହରାଇଛି। ଟସ୍‌ ଜିତି ଓଡ଼ିଶା ବ୍ୟାଟି˚ କରିଥିଲା ବେଳେ ୨ ଵିକେଟ ବିନିମୟରେ ୧୫୦ ରନ୍‌ ସ˚ଗ୍ରହ କରିଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟର ମାଧୁରୀ ମେହେଟ୍ଟା ୬୬* ଓ କାଜଲ ଜେନା ୬୦ ରନ୍‌ ସ˚ଗ୍ରହ କରିଥିଲା ବେଳେ ପ୍ରଥମ ଵିକେଟରେ ୧୧୦ ରନ୍‌ ଯୋଡ଼ିଥିଲେ। ସୁଶ୍ରୀ ଦିବ୍ୟଦର୍ଶିନୀ ୧୬ ରନ୍‌ କରି ଆଉଟ ହୋଇଥିଲେ। ପ୍ରତିପକ୍ଷର ପ୍ରତିଜ୍ଞା ସି˚ହ ଓ ଶିଳ୍ପା ସାହୁ ୧ ଵିକେଟ ଲେଖାଏଁ ନେଇଥିଲେ। ୧୫୧ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଛତିଶଗଡ଼ ନିର୍ଧାରିତ ଓଭରରେ ୫ ଵିକେଟ ହରାଇ ୭୯ ରନ୍‌ କରିପାରିଥିଲା। ପ୍ରିୟଙ୍କା ପ୍ରିୟଦର୍ଶିନୀ ୨, ସୁଜାତା ମଲ୍ଲିକ ଓ ରାମେଶ୍ବରୀ ନାଏକ ୧ ଵିକେଟ ଲେଖାଏଁ ଅକ୍ତିଆର କରିଥିଲେ। ଓଡ଼ିଶା ମଙ୍ଗଳବାର ଦ୍ବିତୀୟ ମ୍ୟାଚ୍‌ରେ ବିହାରକୁ ଭେଟିବ।

ସମ୍ବନ୍ଧିତ ଖବର