ମହିଳା ଟ୍ବେଣ୍ଟି-୨୦: ରସନାରା ଗ୍ରିନ୍‌କୁ ଜିତାଇଲେ

କଟକ: ଡ୍ରିମ୍ସ ଷ୍ଟାଡିୟମରେ ଚାଲିଥିବା ମହିଳା ଟ୍ବେଣ୍ଟି-୨୦ ଲିଗ୍‌ରେ ସୋମବାର ଓଡ଼ିଶା ଗ୍ରିନ୍‌ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ଗ୍ରିନ୍‌ ୯ ରନ୍‌ରେ ଓଡ଼ିଶା ୟେଲୋକୁ ପରାସ୍ତ କରିଛି। ବର୍ଷା ଯୋଗୁଁ ମ୍ୟାଚ୍‌କୁ ୧୬ ଓଭରକୁ ସୀମିତ ରଖାଯାଇଥିଲା। ଟସ୍‌ ଜିତି ୟେଲୋ ବୋଲି˚ କରିଥିଲା ବେଳେ ଗ୍ରିନ୍‌ ୬ ଵିକେଟ ବିନିମୟରେ ୯୨ ରନ୍‌ ସ˚ଗ୍ରହ କରିଛି। ସଙ୍ଗୀତା ଖାଡ଼ିଆ ୩୪ ଓ ରଶ୍ମିତା ଚିନ୍ନରା ୨୭ ରନ୍‌ ଯୋଡ଼ିଥିଲା ବେଳେ ପ୍ରତିପକ୍ଷର ବର୍ଷା ସି˚ହ, ବନଲତା ମଲ୍ଲିକ ଓ ଜ୍ୟୋତି ପ୍ରସାଦ ପ୍ରତ୍ୟେକ ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ। ଦ୍ବିତୀୟ ପାଳି ସମୟରେ ବର୍ଷା ଯୋଗୁଁ ଡିଏଲ୍‌ ପଦ୍ଧତିରେ ୭୮ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ୟେଲୋ ୧୩.୪ ଓଭର ବେଳକୁ ୬ ଵିକେଟ ବିନିମୟରେ ୬୮ ରନ୍‌ କରିପାରିଥିଲା। ରସନାରା ପରବିନ୍‌ ୩ ଓ ଜି.ଏମ୍‌. ଅଳକାନନ୍ଦ ୨ ଵିକେଟ ନେଇ ଗ୍ରିନ୍‌କୁ ଜିତାଇଥିଲେ। ରସନାରାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଓସିଏ କ୍ରିକେଟ୍‌ ପରାମର୍ଶଦାତା ସମିତି ସଦସ୍ୟ ଚିନ୍ମୟାନନ୍ଦ ଜେନା ପୁରସ୍କୃତ କରିଥିଲେ। ଓଡ଼ିଶା ପର୍ପଲ ଓ ଓଡ଼ିଶା ଭାଓଲେଟ ମଧ୍ୟରେ ଖେଳାଯିବାକୁ ଥିବା ଦିନର ଦ୍ବିତୀୟ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା।

ସମ୍ବନ୍ଧିତ ଖବର