ଢାକା : ଏଠାରେ ଚାଲିଥିବା ସାଫ୍ ୨୦ ବର୍ଷରୁ କମ୍ ମହିଳା ଫୁଟ୍ବଲ୍ ପ୍ରତିଯୋଗିତାରେ ଭାରତ ବୃହତ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଢାକାର ମୋସ୍ତାଫା କମଲ ଷ୍ଟାଡିୟମରେ ନିଜର ପ୍ରଥମ ମ୍ୟାଚ୍ରେ ଭାରତ ୧୨-୦ ଗୋଲ୍ରେ ଭୁଟାନକୁ ମାତ୍ ଦେଇଛି। ନେହା (୪୫+୨, ୫୫, ୯୦ ମିନିଟ୍), ଅନିତା କୁମାରୀ (୫୦, ୬୯, ୭୮ ମିନିଟ୍), ଲିଣ୍ଡା କମ୍ (୬୧, ୬୩, ୭୫ ମିନିଟ୍) ହ୍ୟାଟ୍ରିକ ଅର୍ଜନ କରିଥିଲେ। ଏହି ୩ ଜଣଙ୍କ ବାଦ୍ ଅପୂର୍ଣ୍ଣା ନାର୍ଜାରି (୨୯, ୩୬ ମିନିଟ୍) ଦୁଇଟି ଏବଂ ନିତୁ ଲିଣ୍ଡା (୪୩ ମିନିଟ୍) ଗୋଟିଏ ଗୋଲ୍ ଦେଇଥିଲେ।
୨୦ ବର୍ଷରୁ କମ୍ ସାଫ୍ ମହିଳା ଫୁଟବଲ୍ : ଭୁଟାନ ୦-୧୨ରେ ହାରିଲା, ବଡ଼ ବିଜୟରୁ ଭାରତର ଅଭିଯାନ
/sambad/media/post_attachments/wp-content/uploads/2023/02/India-U20-vs-Bhutan-U20-1.jpg)