ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ: ଫାଇନାଲରେ ନିଖତ

ମନୀଷା, ପ୍ରବୀଣ କାଂସ୍ୟରେ ସନ୍ତୁଷ୍ଟ

‌ଇସ୍ତାନବୁଲ: ଭାରତୀୟ ମହିଳା ମୁ‌ଷ୍ଟିଯୋଦ୍ଧା ନିଖତ ଜରୀନ (୫୨ କେଜି) ଚଳିତ ଆଇବିଏ ମହିଳା ବିଶ୍ବ ମୁଷ୍ଟିପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ବୁଧବାର ସେମିଫାଇନାଲ୍‌ରେ ନିଖତ ୫-୦ରେ ବ୍ରାଜିଲର କାରୋଲିନ ଡି’ ଅଲମିଦାଙ୍କୁ ଏକତରଫା ଭାବେ ପରାସ୍ତ କରିଥିଲେ। ଚଳିତ ପ୍ରତିଯୋଗିତାରେ ଫାଇନାଲ୍‌ରେ ପହଞ୍ଚିବା‌ରେ ଏହି ପୂର୍ବତନ କନିଷ୍ଠ ବିଶ୍ବ ବିଜେତା ପ୍ରଥମ ଭାରତୀୟ ମୁ‌ଷ୍ଟିଯୋଦ୍ଧା ହୋଇଛନ୍ତି। ଏହି ହାଇଦ୍ରାବାଦ ଲଳନା ବିଜେତା ହେଲେ ୬ ଥରର ବିଜୟିନୀ ଏମ୍‌ସି ମେରିକମ୍‌, ସରିତା ଦେବୀ, ଜେନି ଆର୍‌ଏଲ୍‌ ଓ ଲେଖା ସିଙ୍କ ଏଲିଟ ଗ୍ରୁପ୍‌ରେ ସାମିଲ ହେବେ। ତେବେ ଅନ୍ୟ ଦୁଇ ସେମିଫାଇନାଲ୍‌ରେ ମନୀଷା ମାଉଁ (୫୭ କେଜି) ଏବଂ ପ୍ରବୀଣ ହୁଦା(୬୩) କେଜି ‌ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ମନୀଷା ୦-୫ରେ ଟୋକିଓ ଅଲିମ୍ପିକ୍‌ କାଂସ୍ୟ ବିଜେତା ଇରମା ଟେଷ୍ଟାଙ୍କଠୁ ଏବଂ ପ୍ରବୀଣ ୧-୪ରେ ୟୁରୋପୀୟ ଚାମ୍ପିଅନ୍‌ସିପ୍‌ କାଂସ୍ୟ ବିଜେତା ଆମି ‌ବ୍ରଡହୁର୍ଷ୍ଟଙ୍କଠୁ ହାରି ଯାଇଥିଲେ। ସୂଚନାଯୋଗ୍ୟ ଯେ ୨୦୦୬ ବିଶ୍ବ ପ୍ରତିଯୋଗିତାରେ ଭାରତର ସବୁଠୁ ଭଲ ପ୍ରଦର୍ଶନ ରହିଥିଲା। ଏହି ସଂସ୍କରଣରେ ଭାରତ ୮ ପଦକ (୪ ସ୍ବର୍ଣ୍ଣ, ୧ ରୌପ୍ୟ, ୩ କାଂସ୍ୟ) ଜିତିଥିଲା।

ସମ୍ବନ୍ଧିତ ଖବର