ବିଶାଖାପାଟଣା : ବିଶାଖାପାଟଣାରେ ଆଜି ଖେଳାଯାଉଥିବା ଆଇସିସି ମହିଳା ବିଶ୍ବକପର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଆଗରେ ୩୩୧ ରନର ଏକ ଲକ୍ଷ୍ୟ ରଖିଛି ଭାରତ ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ମହିଳା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଦୁଇ ଓପନର ସ୍ମୃତି ମାନ୍ଧାନା ଓ ପ୍ରତୀକ ରାଓ୍ବଲ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୫୫ ରନ କରିଥିଲେ । ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ୮୦ ରନ କରିଥିବାବେଳେ ପ୍ରତୀକ ରାଓ୍ବାଲ ୭୫ ରନ କରିଥିଲେ । ମାନ୍ଧାନା ଆଉଟ ହେବା ପରେ ହର୍ଲିନ ଦେଓଲ ଓ ରାଓ୍ବଲଙ୍କ ମଧ୍ୟରେ ବି ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ୨୩୪ ରନରେ ଭାରତ ନିଜର ୨ୟ ଓ୍ବିକେଟ ହରାଇଥିଲା । କିନ୍ତୁ ଭାରତର ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ସ୍କୋର କିଛିଟା ଧୀମେଇ ଯାଇଥିଲା । ଭାରତ ୪୮.୫ ତମ ଓଭରରେ ୩୩୦ ରନ କରି ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆନାବେଲ ସଦରଲାଣ୍ଡ ୫ଟି ଓ ସୋଫି ମୋଲିନିକ୍ସ ୩ଟି ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/12/1lowvacl-2025-10-12-18-40-36.jpg)