ମାଉଣ୍ଟ ମଙ୍ଗନୁଇ : ମହିଳା କ୍ରିକେଟ୍‌ ବିଶ୍ବକପ୍‌ର ଦ୍ବାଦଶତମ ସଂସ୍କରଣ ଶୁକ୍ରବାର ନ୍ୟୁଜିଲାଣ୍ଡର ମାଉଣ୍ଟ ‌ମଙ୍ଗନୁଇରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ମୁକାବିଲାରେ ୱେଷ୍ଟ୍‌ଇଣ୍ଡିଜ୍‌ ଆୟୋଜକ ନ୍ୟୁଜିଲାଣ୍ଡକୁ ୩ ରନ୍‌ରେ ପରାସ୍ତ କରିଛି।

Advertisment

ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ୱେଷ୍ଟଇଣ୍ଡିଜ୍‌ ହେଲି ମାଥ୍ୟୁସ (୧୧୯, ୧୨୮ ବଲ୍‌, ୧୬ ଚୌକା, ୧ ଛକା)ଙ୍କ ଚମତ୍କାର ଶତକ ବଳରେ ୨୫୯/୯ କରିଥିଲା। ଚିଡିନ୍‌ ନେସନ ୩୬ ଓ ଅଧିନାୟିକା ଷ୍ଟିଫାନି ଟେଲର ୩୦ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଲି ତାହୁହୁ ୩ ଓ ଜେସ କେର ୨ ୱିକେଟ୍‌ ନେଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ ଅଧିନାୟିକା ସୋଫି ଡେଭିନ୍‌ (୧୦୮, ୧୨୭ ବଲ୍‌, ୧୦ ଚୌକା)ଙ୍କ ଶତକ ସତ୍ତ୍ବେ ୪୯.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୫୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। କାଟେ ମାର୍ଟିନ ୪୪, ଆମି ସରଦୱେଟ୍‌ ୩୧ ଓ ଜେସ୍‌ କେର ୨୫ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡର ହେଲି ମାଥ୍ୟୁସ, ଅନିଶା ମହମ୍ମଦ ଓ ଦେନ୍ଦ୍ରା ଡଟ୍ଟିନ ୨ ୱିକେଟ୍‌ ଲେଖାଏଁ ନେଇଥିଲେ। ଅଲ୍‌ରାଉଣ୍ଡର ପ୍ରଦର୍ଶନ ପାଇଁ ହେଲି ମାଥ୍ୟୁସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।