୧୪: ଚଳିତ ବର୍ଷ ବିଦେଶ ମାଟିରେ ୧୪ ଥର ପାଇଁ ଭାରତୀୟ ବୋଲରମାନେ ଟେଷ୍ଟ୍ରେ ପ୍ରତିପକ୍ଷର ଗୋଟିଏ ପାଳିକୁ ଶେଷ କରିଦେଇଛନ୍ତି। ଯାହାକି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ପାଇଁ ସର୍ବାଧିକ। ଏହା ପୂର୍ବରୁ ଭାରତ ୨୦୦୨ରେ ପ୍ରତିପକ୍ଷର ଗୋଟିଏ ପାଳିର ସମସ୍ତ ୱିକେଟ୍ ୧୩ ଥର ନେଇଥିଲେ। କେବଳ ସେତିକି ନୁହେଁ ଅଷ୍ଟ୍ରେଲିଆରେ ୧୪ ଥର ପାଇଁ ମଧ୍ୟ ଭାରତ ପାଳି ଅଗ୍ରଣୀ ପାଇଛି। ଏହା ପୂର୍ବ ୧୩ ଥର ପାଳି ଅଗ୍ରଣୀ ଟେଷ୍ଟ୍ରେ ଭାରତ ୩ ଜିତିଥିଲା ବେଳେ ୩ ହାରିଛି। ଅବଶିଷ୍ଟ ୭ ଟେଷ୍ଟ୍ ଅମୀମାଂସିତ ରଖିଛି।
୧୮: ବିରାଟ କୋହଲି ଅଷ୍ଟ୍ରେଲିଆରେ ୧୦୦୦ ରନ୍ ପୂରଣ କରିବାରେ ସମସ୍ତ ଉପମହାଦେଶ ଖେଳାଳିଙ୍କ ମଧ୍ୟରେ ଦ୍ରୁତତମ । ସେ ୧୮ ପାଳିରେ ୧୦୦୦ ରନ୍ ପୂରଣ କରିଥିଲା ବେଳେ ନିଜ ଦେଶର ଭିଭିଏସ୍ ଲକ୍ଷ୍ମଣ (୧୯)ଙ୍କୁ ଟପି ଯାଇଛନ୍ତି। ଅଷ୍ଟ୍ରେଲିଆରେ କୌଣସି ବିଦେଶୀ ବ୍ୟାଟ୍ସମ୍ୟାନ୍ ଭାବେ ସବୁଠୁ କମ୍ ପାଳିରେ ୧୦୦୦ ରନ୍ କରିଥିବାର ସର୍ବକାଳୀନ କୀର୍ତିମାନ ଏବେ ବି ଇଂଲଣ୍ଡ୍ର ୱାଲି ହାମଣ୍ଡ୍ଙ୍କ ନାମରେ ରହିଛି। ହାମଣ୍ଡ୍ ମାତ୍ର ୧୦ ପାଳିରେ ୧୦୦୦ ରନ୍ ଅତିକ୍ରମ କରିଯାଇଥିଲେ।
୦: କୋହଲିଙ୍କ ପୂର୍ବରୁ କୌଣସି ଭାରତୀୟ ଅଧିନାୟକ ଉଭୟ ନିଜ ଦେଶରେ ଏବଂ ବିଦେଶରେ ୨୦୦୦ ଟେଷ୍ଟ୍ ରନ୍ କରିବାକୁ ସମର୍ଥ ହୋଇନଥିଲେ। ଏକ୍ଷେତ୍ରରେ କୋହଲି ହିଁ ପ୍ରଥମ ଭାରତୀୟ ହୋଇଛନ୍ତି। ଅନ୍ୟପକ୍ଷରେ ଚଳିତ ବର୍ଷ ସମସ୍ତ ଆନ୍ତର୍ଜାତିକ କ୍ରିକେଟ୍ (ଟେଷ୍ଟ୍, ଦିନିକିଆ ଓ ଟ୍ବେଣ୍ଟି-୨୦)ରେ ୨୫୧୩ ରନ୍ କରିଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ତୃତୀୟ ଥର ପାଇଁ କୋହଲି ୨୫୦୦ରୁ ଅଧିକ ରନ୍ କଲେ। କୋହଲିଙ୍କ ପଛକୁ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଦୁଇଥର ଏଭଳି ସଫଳତା ପାଇଥିଲା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ଏହା ଅପହଞ୍ଚ ହୋଇରହିଛି।
ଥରେ ୩୦୦ରୁ ଅଧିକ ରନ୍ ପିଛା ହୋଇଛି
ଆଡିଲେଡ୍ ଷ୍ଟାଡିୟମ୍ ୧୮୮୪ ମସିହାରେ ସ୍ଥାପିତ ହୋଇଥିଲା। ସେବେଠାରୁ ଏହି ପଡ଼ିଆରେ ମାତ୍ର ଥରେ ୩୦୦ରୁ ଅଧିକ ରନ୍ ପିଛା ହୋଇଛି। ଅନ୍ୟପକ୍ଷରେ ୨୦୦ରୁ ଅଧିକ ରନ୍ର ଲକ୍ଷ୍ୟ ତିନି ଥର ହାସଲ ହୋଇଛି। ଘରୋଇ ଅଷ୍ଟ୍ରେଲିଆ ଏଠାରେ କେବଳ ଗୋଟିଏ ଥର ୨୦୦ରୁ ଅଧିକ ରନ୍ର ପିଛା କରି ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ୧୧୬ ବର୍ଷ ପୂର୍ବେ ଅର୍ଥାତ୍ ୧୯୦୨ ମସିହାରେ ଇଂଲଣ୍ଡ ଧାର୍ଯ୍ୟ କରିଥିବା ୩୧୫ ରନ୍ର ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଥିଲା। ସେବେଠାରୁ କେବେ ବି ୩୦୦ରୁ ଅଧିକ ରନ୍ର ପିଛା କରି ବିଜୟୀ ହୋଇନାହିଁ। ୨୦୧୫ରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୮୭ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏତିକି ରନ୍ କରିବାକୁ କିନ୍ତୁ ତା’ର ୭ ଜଣ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/kohali.jpg)